Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଉଜ୍ଜଳ ଭବିଷ୍ୟ

ଉଜ୍ଜଳ ଭବିଷ୍ୟ

1 min
323



ଉଜ୍ଜଳ ଭବିଷ୍ୟ ଗଠନ ନିମିତ୍ତ

କର୍ମ ଅଟଇ ଜରୁରୀ,

କଷ୍ଟ କଲେ କୃଷ୍ଣ ପ୍ରାପତ ହୁଅନ୍ତି

ଅଳସୁଆ ଯାଏ ହାରି l

ବର୍ତ୍ତମାନଟି କୁ ସଜାଡ଼ିଲେ ବଳେ

ସୁଧୁରିବ ଭବିଷ୍ୟତ,

ସୁକର୍ମ ଆଦରି ବର୍ତ୍ତମାନଟିକୁ 

ସଦା କର ନିୟୋଜିତ l

ସମୟ ଟି ସଦା ଗତିଶୀଳ ସେତ

ଅଟକିବ ନାହିଁ କେବେ,

ଆଜିର କାମକୁ ଆଜି ସାରିଦିଅ

ବାକିଆ ନରଖ ଲବେ l

ପିଲାଟି ବେଳରୁ ନିଜ ଲକ୍ଷ୍ୟ ପଥ

ସ୍ଥିର କରି ଆଗେଇଲେ,

ଭବିଷ୍ୟ ନିଶ୍ଚୟ ସୁନ୍ଦର ହୋଇବ

ବାଧା ବିଘ୍ନ ସବୁ ଟଳେ ll

ବାଲ୍ୟକୈଶୋରଓ ଯୁବ କାଳ ଅଟେ

ଭବିଷ୍ୟ ଗଠନ ବେଳ,

ସଦ ଜ୍ଞାନ ଲଭି ସତକର୍ମ କରି 

ଭବିଷ୍ୟ କର ଉଜ୍ଜଳ l

ବାଲ୍ୟ କାଳୁ ଧର୍ମ ଧନ କୁ ସଞ୍ଚିବା

କହନ୍ତି ମହତ ଜନ,

ଈଶ୍ୱର ବିଶ୍ୱାସୀ ପିଲା ବେଳୁ ହୋଇ

ତାଙ୍କ ପଦେ ଦିଅ ମନ ll



Rate this content
Log in

Similar oriya poem from Inspirational