ଉଦଣ୍ଡ କୀର୍ତ୍ତନ
ଉଦଣ୍ଡ କୀର୍ତ୍ତନ


ଉଛୁଳା ନଈ -
ସୁଖର ଲହରୀ କହି ବାନ୍ଧିଥିଲ ପାଦେ
ଆସ ..! ଦେଖ ନିରଂଜନା,
ସେ ନଈ ଏବେ ହତାଶା'ର ଘୂର୍ଣ୍ଣିଝଡ଼..!
ବେସାହାରା -ଗଢିଯାଇଛି ଯନ୍ତ୍ରଣା ପାହାଡ଼..!!
ତୁମେ ସିନା ଆଗ ପରି ଅପରିବର୍ତ୍ତନୀୟା
ସମ ଭଂଗୀ ସମ ଚାହାଣି ରଖି
ଜାଳି ଚାଲିଲ ମନ-ଯୈ।ବନ
ଇଛାତୃପ୍ତି ନିଆଁ ତେଜି ଦେହ ଯଜ୍ଞ-କୁଣ୍ଡ
କିନ୍ତୁ ମୁଁ..!?
:
ପଞ୍ଜୁରୀ ଆବଦ୍ଧ ପକ୍ଷୀ ନିରଂଜନା..!
ମୋ କାରୁଣିକ ମୁହଁରେ ହରଦମ୍ ଅଣନିଃଶ୍ବାସୀ
ଗୋଟେ ଉଛୁଳା ନଈର ନିଆଁ ,
ହରଦମ୍ ମୁଁ ପାପଗ୍ରସ୍ତ ରାଜକୁମାର
ଯା' ଦେହ ଭୋଗେ ଅସହ୍ୟ ଗ୍ରୀଷ୍ମ ଛୁଆଁ..!!
ଜାଣିଛ
ସବୁଜାଣି ସେଦିନ ଭାସିଥିଲି ମୁଁ, ତୁମ ଇଛା ଭଉଁରୀରେ
ଅଳ୍ପ ଅନ୍ଧାରରେ ବାନ୍ଧି ଘଣ୍ଟି ଘାଗୁଡି
ପ୍ରାର୍ଥନା ମୁଦ୍ରାରେ
ଓଟ ହୋଇ ଉପଶମ ନିମନ୍ତେ ନିଗାଡୁଥିଲି ତପ୍ତ ରକ୍ତ ଯେତେ..!!
ସବୁଜାଣି
ଅନବରତ ଧାଉଁଥିଲି ଶୁଖିଲା ନଈକୁ
ଛୁକ୍ ଛୁକ୍ ଚାଲୁଥିଲା ମନ , କଣ୍ଟକିତ ପଥେ ବଢୁଥିଲା ପାଦ
ଓଦା ସରସର ପାପଗ୍ରସ୍ତ ହାତ ଅଣ୍ଡାଳ
ୁ ଥିଲା ସୁଖ
ଭୋକ ମାରିବାକୁ..!!
ଆଞ୍ଚୁଡୁଥିଲା ଇଛା ନଈବାଲି କ୍ଷତ
ସହସ୍ରାଧିକ ବାର ମୁଁ ହିଁ ମୋ ଦ୍ଵାରା ହେଉଥିଲି ନିହତ,
ଆଃ ..!!
ଚିରାଚରିତ ସେ ଉଦଣ୍ଡ କୀର୍ତ୍ତନ , ଅହୋରାତ୍ର..!!
ଅନ୍ତତଃ
ସବୁ କୀର୍ତ୍ତନ ମଝିରେ ଥରେ ପହଡ଼ ପଡ଼ନ୍ତା
ହିସାବ ହେବାକୁ ପାପ-ପୂଣ୍ୟ କ୍ଷୟ-କ୍ଷତି ,
ଝରା ଶେଫାଳୀ ହୋଇ ନିଶିଥ ସ୍ୱପ୍ନରେ ହଜିଥିବା ସମ୍ପର୍କ
କଡ଼ ଲେଉଟାଇ ଖୋଜନ୍ତା ଅପହୃତ ପଦଚିହ୍ନ..!?
ଅନ୍ତତଃ ଥରୁଟିଏ..!
ସବୁ ସୁଖ ଖୁସି ଦିଏନା କହି ଲୁଚିଯା'ନ୍ତା ଜହ୍ନ
ପରିଚୟପତ୍ର ଫିଙ୍ଗି ଘରବାହୁଡନ୍ତେ ସବୁ ପ୍ରବାସୀ ବିହଙ୍ଗ..!!
ଯଦି ଏମିତି ହୁଅନ୍ତା..!?
ମୁଁ ହିସାବ ରଖନ୍ତି ଯେତେ ପ୍ରଛଦପଟ ଦୃଶ୍ୟାନ୍ତର ,
ତମାମ ମୁହୂର୍ତ୍ତ ଚାଲୁଥିବା ସେ ଉଦଣ୍ଡ କୀର୍ତ୍ତନ
ନଜର ଆଢୁଆଳେ କେତେ ରମଣୀୟ ଅବା କେତେ ଭୟଙ୍କର
ତୁମକୁ ମୁଁ କହିଥାନ୍ତି ନିଶ୍ଚେ, ହଁ ନିରଂଜନା..!!
:
ଯଦି ଏମିତି ହୁଅନ୍ତା..!?
ଶିବ ଚରଣ ମହାପାତ୍ର