STORYMIRROR

Rama chandra Pradhan

Inspirational

4  

Rama chandra Pradhan

Inspirational

ଉଡ଼ିବ ବିଜୟବାନା (ଶିଶୁ କବିତା)

ଉଡ଼ିବ ବିଜୟବାନା (ଶିଶୁ କବିତା)

1 min
24.1K

କାଶିଆ କପିଳା ରଘୁଆ ସନା, ମିଛଟାରେ କାହିଁ କର ବାହାନା ।

ବାହାରେ ଏବେ ତ ବୁଲିବା ମନା, ବୁଲାବୁଲି କଲେ ହେବ କରୋନା ।

ଅମାନିଆ ହୋଇ ଦୁଷ୍ଟ ହୁଅନା, ଅଯଥା ସମୟ ନଷ୍ଟ କରନା ।

କରୋନା ରୋଗକୁ ଜମା ଡରନା, ଘରେ ରହିଲେ ସେ ପାଖ ମାଡ଼େନା ।

ସାଙ୍ଗସାଥି ସହ ବେଶି ମିଶନା, ଅଜଣା ଲୋକଙ୍କୁ ଜମା ଛୁଅଁନା ।

ସଫାରେ ରୁହ ନ କରି ଅସନା, ବଦଳାଇ ଦିଅ ନିଜ ଭାବନା ।

ବଡ଼ ସାଙ୍ଘାତିକ ରୋଗ କରୋନା, ଯାହାର ଉତ୍ପତ୍ତି ସ୍ଥାନ ଚାଇନା ।

ନିୟମ ମାନୁଛି ଆମ ଗାଁ କୁନା, ତୁମେ ବି ମାନ ହୋଇ ସବୁ ସୁନା I

ଦୃଢ଼ମନା ପିଲା କେବେ ହାରେନା, ଏକଥା କୁହନ୍ତି ମୁନା ଭାଇନା ।

ତୁମକୁ ମୁଁ କେବେ ମିଛ କୁହେନା, ମାନିଲେ ଉଡ଼ିବ ବିଜୟବାନା ।


Rate this content
Log in

Similar oriya poem from Inspirational