Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Romance

4  

Bhagabat Sahoo

Romance

ଉଡି ଉଡି ଯାଏ ମନ ଘୁଡି ମୋର

ଉଡି ଉଡି ଯାଏ ମନ ଘୁଡି ମୋର

1 min
268



ଉଡି ଉଡି ଯାଏ ମନ ଘୁଡି ମୋର 

ମୁଁ ତ ପାରେନା ଧରି

ନୂଆ ରାଇଜ କୁ ଯିବାକୁ ଚାହୁଁଛି

ପଵନରେ ଉଡି ଉଡି !!

ବୁଲିସେ ଦେଖିବ ତା ନୂଆ ଠିକଣା

ଲାଗୁ ଅଛି କେଉଁ ପରି

ମିଳିବ କି ତାକୁ ସ୍ୱାଧୀନ ପଵନ

ଚାହିଁଲେ ପାରିବ ଉଡି !!

ଅବା କେଉଁଠି ସେ କଣ୍ଟା ବା ଖୁଞ୍ଚରେ

ଯିବ ପୁଣି ସେହି ପଡି

ଯେଉଁଠୁ କେବେସେ ବାହାରିବନାହିଁ

ସତା ଯିବ ତାର ଚିରି !!

ଦୁଷ୍ଟ ବାଳକ କେ ଧରି ନେବ ତାକୁ

ବାଟରୁ ଯୋହର କରି

ମନ ବୁଝି ଗଲେ ଚିରି ଫିଙ୍ଗି ଦେବ

କାଗଜ ଟୁକୁଡା ପରି !!

ମୁଁ ତ ଖୋଜୁଛି ସେମିତି ସାଥି ଟେ

ରଖିବ ଯେ ଯତ୍ନ କରି

ସାରା ଜୀବନ ମୋ ତା ସାଥେ କଟିବ

ଆନନ୍ଦରେ ହସି ଖେଳି !!



Rate this content
Log in

Similar oriya poem from Romance