Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

କଥା ତ ଅଟଇ ଦୁଇଟି ଅକ୍ଷର

କଥା ତ ଅଟଇ ଦୁଇଟି ଅକ୍ଷର

1 min
3



କଥା ତ ଅଟ ଇ ଦୁଇଟି ଅକ୍ଷର

ଯହିଁରେ ଭରିଛି ମିଠା

ସେହି କଥା ପୁଣି ଲାଗେ ଅସୁନ୍ଦର

ଶୁଣିବାକୁ ଲାଗେ ପିତା!!

କଥା ଶୁଣୁ ଶୁଣୁ ପେଟ ପୂରିଯାଏ

ମେଣ୍ଟି ଯାଏ ଦେହୁ ଥକା

ସେହି କଥା ଶୁଣି ରାଗ ବଢିଯାଏ

ଛାତିରେ ପଶଇ ଦକା !!

କଥା କରେ ପୁଣି ଆପଣାକୁ ପର

ଦେଇଥାଏ ସେହି ଧୋକା

ପର କୁ ନିଜର କରେ ଏହି କଥା

ସୁଖ ଦୁଃଖ କରେ ବଣ୍ଟା !!

କଥା ଅଟେ ନଦୀ କଥା ଅଟେ ଝର

ସାଗର ଅଟ ଇ କଥା

କଥା ପାଇଁ ଆଜି ସମାଜ ସଭ୍ୟତା

ଗୀତ ଓ କବିତା କଥା !!

କଥା ରାମାୟଣ ସେ ମହାଭାରତ

କଥା ତ ଅଟଇ ଗୀତା

କଥା ଜ୍ଞାନ ଗୁରୁ କଥା ଉପଦେଶ

କଥା ତ ଜୀବନ ରେଖା !!



Rate this content
Log in