ଉଡେ ତ୍ରିରଙ୍ଗା
ଉଡେ ତ୍ରିରଙ୍ଗା
ବୀର ପ୍ରସବିନୀ ଭାରତ ଭୂଇଁ
ଗୌରବ ମୟ ଯାହାର ଗାଥା
ତୋହରି ଚରଣେ ପ୍ରଣତି ଜଣାଏ
ସସ୍ନେହେ ନୂଆଁଇ ମୋହର ମଥା l
ତୋହରି କୋଳରେ ଜନମି ଦିନେ
ରଚିଗଲେ ଯେଉଁ ଅକ୍ଷୟ କୀର୍ତ୍ତି
ଜାତି ଇତିହାସେ ଚୀର ଉଦଭାସିତ
ତାଙ୍କରି ସୁ ଶୋଭିତ ମୂରତି l
ଫର ଫର ଉଡ଼ଇ ତ୍ରିରଙ୍ଗା
ଶାନ୍ତି, ମୈତ୍ରୀର ବାର୍ତ୍ତା ବହି
ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ
ସଭିଏଁ ଏକ, ଏଇକଥା କହି l
ଗଗନେ ପବନେ ସଂଚରିତ ହୁଏ
ଭାରତ ମାତାର ଜୟ ଧ୍ଵନି
ଜାତୀୟ ସଙ୍ଗୀତର ତାଳେ ତାଳେ
ଜାଗିଉଠେ ହୃଦେ ଜାତୀୟତା ବହ୍ନି l।