STORYMIRROR

Trushna Das

Inspirational

3  

Trushna Das

Inspirational

#ଉଦବୋଧନ କବିତା : ସ୍ତ୍ରୀ

#ଉଦବୋଧନ କବିତା : ସ୍ତ୍ରୀ

1 min
362

ସ୍ତ୍ରୀ ନୁହେଁ ପାଦର ଧୂଳି 

ସେ ପରା ତୁମ ଅର୍ଦ୍ଧାଙ୍ଗିନୀ

ସେ ଯେ ତୁମର ଜୀବନ ସଙ୍ଗିନୀ 

ସେ ପରା ତୁମର ସହଧର୍ମିଣୀ।। 


ସ୍ତ୍ରୀ ନୁହେଁ ପାଦର ଧୂଳି 

ତୁମ ପାଇଁ ସେ ତା ବାପା ମାଆ, ସାଙ୍ଗସାଥିଙ୍କୁ ଆସିଥାଏ ଛାଡି

କରିବାକୁ ଘର ସଂସାର ତୁମ ସାଥେ ରହି

ତୁମ ଜୀବନ ସାଥୀ ହୋଇ ଚାଲିବାକୁ ଜୀବନ ପଥେ ତୁମ ହାତ ଧରି।। 


ସ୍ତ୍ରୀ ନୁହେଁ ପାଦର ଧୂଳି 

ସେ ସହି ନିଏ ସବୁ କିଛି 

ପାଇବାକୁ ଟିକିଏ ତୁମର ପ୍ରେମ ପାଇଁ 

ହେଲେ ତାକୁ ଆଖ୍ୟା ଦିଆଯାଏ ପରଘରୀ।।


ସ୍ତ୍ରୀ ନୁହେଁ ପାଦର ଧୂଳି 

ନିଜର ପୂର୍ବ ପରିଚୟ ହରାଇ ମଧ୍ୟ ହୋଇ ଥାଏ ଖୁସି 

ତୁମ ସ୍ତ୍ରୀର ପରିଚୟ ପାଇ

ଜଗି ବସିଥାଏ ତୁମ ବାଟକୁ ଚାହିଁ 

ମନର ଭାବନା ବାଣ୍ଟିବା ପାଇଁ।।


ସ୍ତ୍ରୀ ନୁହେଁ ପାଦର ଧୂଳି 

ନିଜେ ନ ଖାଇ 

ଚାହିଁ ବସିଥାଏ ତୁମ ବାଟକୁ ଚାହିଁ 

ତୁମ ସହ ପ୍ରେମ ବାର୍ତ୍ତାଳାପ କରି ଟିକିଏ ଖାଇବା ପାଇଁ।।


ତୁମେ ଗର୍ବ କରୁଛ ନିଜକୁ ସ୍ୱାମୀ ବୋଲି 

ହେଲେ ଭାବିଛ କେବେ ନିଜକୁ ସ୍ତ୍ରୀ ଜାଗାରେ ରଖି 

ସାରାଦିନ ସେ ତୁମକୁ କରିଥାଏ ଅପେକ୍ଷା କାହିଁକି 

କେତେ ଯେ ପ୍ରେମ ଅଛି ତା ହୃଦୟେ ତୁମ ପ୍ରତି।। 


ସ୍ତ୍ରୀ ନୁହେଁ ପାଦର ଧୂଳି 

ସେ କେତେ କଷ୍ଟ ସହି 

ଆଣିଥାଏ ତୁମ ସନ୍ତାନକୁ ତୁମ ବଂଶକୁ ବଢାଇବା ପାଇଁ 

ମାଆ ଡାକ ଶୁଣିବା ପାଇଁ।। 


ସ୍ତ୍ରୀ ନୁହେଁ ପାଦର ଧୂଳି 

ସେ ନିତି ବ୍ରତ କରିଥାଏ ତୁମର ଦୀର୍ଘାୟୁ ଓ ଉନ୍ନତି ପାଇଁ 

ହେଲେ ତୁମେ ତାକୁ ସାଙ୍ଗରେ ବାହାରକୁ ନେବାକୁ ଚାହଁ ନାହିଁ 

ତାକୁ ହୀନ ମନେ କରି।।


ସ୍ତ୍ରୀ ଯେ ଗୋଟିଏ ନାରୀ ଅଟଇ

ତାର କଲେ ସମ୍ମାନ 

ତୁମେ ହୋଇ ଯିବ ନାହିଁ ଛୋଟ 

ବରଂ ସେ ଖୁସି ମନରେ ତୁମ ଘରର ଉନ୍ନତି ପାଇଁ ନିତି କରିବ ବ୍ରତ।।


ସ୍ତ୍ରୀକୁ ନ ମାନି ପାଦର ଧୂଳି 

ରୁହ ତା ସାଥେ ହସ ଖୁସିରେ ଘର କରି 

ହସ ଖୁସିରେ ତୁମ ଜୀବନ ଯିବ ଭରି

ନ ଥିବ ତୁମ ଜୀବନରେ ଅବକାଶ ଆଉ କିଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational