ଉଚ୍ଛନ୍ନ ମନ
ଉଚ୍ଛନ୍ନ ମନ


ତୁମ କଥା ଭାବି ଭାବି
ଦେଖେ ସତେ ଅନେକ ସପନ,
ମୋ ସପନ ରାଜକୁମାରି ଗୋ
ତୁମେ ମୋ ଗଣ୍ଠି ଧନ ।
ଯେବେ ତୁମ ଧ୍ୱନି ଶୁଣେ
ଆନନ୍ଦେ ପ୍ରଫୁଲ୍ଲ ହୁଏ ମନ,
ପୂର୍ଣ୍ଣମୀ ରାତିର ଜୋଛନା ତୁମେ
ମୁଁ ଗୋ କଳଙ୍କ ସମାନ ।
କି ବର୍ଣିବି ତୁମ ରୂପ-ରେଖ
ମେନକା, ଉର୍ବଶୀ, ରମ୍ଭା ସମାନ!
ଓଠୁ ଝରେ ମୋନାଲିସା ହସ
ଆଖି ଯୋଡ଼ି ହୀରଣ୍ମୟୀ ସମ ।
ପ୍ରତୀକ୍ଷଣେ ତୁମ କଥା ଭାବି
ଚେଇଁ ରହେ ରାତି ସାରା,
କେମିତି ବୁଝେଇବି ହୃଦୟକୁ ମୋର
ଦୁରେ ଅଛି ମୋ ପ୍ରାଣପ୍ରିୟା ।
ଅଳ୍ପକ୍ଷଣେ ହେବ ମଧୁର ମିଳନ
ଆଉ କିଛି ଦିନ ଛାଡି,
କାହିଁକିରେ ମନ ଏତେ ଉଚ୍ଛନ୍ନ
ପ୍ରିୟା ପୀରତି ପାଇବା ପାଇଁ ।