STORYMIRROR

Jagabandhu Sahu

Tragedy

2  

Jagabandhu Sahu

Tragedy

ଉଆଁସୀ ଜହ୍ନ

ଉଆଁସୀ ଜହ୍ନ

1 min
394


ଶୀତୁଆ ରାତିରେ ରୂପା ଜହ୍ନ ଦେଖି

ମନେପଡେ ପଛଦିନ

ପ୍ରିୟା ସାଥେ ବସି ଗପୁଥିଲି କେତେ

ସାକ୍ଷୀଥିଲା ଏଇ ଜହ୍ନ


କେତେ ହସ ଖୁସି ବାଣ୍ଟୁଥିଲୁ ମିଶି

କରୁଥିଲୁ କେତେ ମଜା

କେଉଁ ଅପରାଧ ପାଇଁ ସେଇ ପ୍ରିୟା

ଦେଲା ଏତେ ବଡ ସଜା


ହାତ ମୋର ଛାଡି ଦୂରେ ଗଲା ଚାଲି

କିଛିତ କହିଲା ନାହିଁ

କେଜାଣି କାହିଁକି ପାଗଳ ଏ ମନ

ତାକୁହିଁ ରହିଛି ଚାହିଁ !


କାହିଁକିରେ ମନ ଖୋଜୁ ପଛ ଦିନ

ଆଉ ସେ ଫେରିବ ନାହିଁ

ଆଉ କାହାଘର ବୋହୂ ସିଏ ଏବେ

ତୋ'କଥା ଭାବିବ କାହିଁ !


ଭୁଲିଯାରେ ମନ ସେ ପୁରୁଣା ଦିନ

ଭୁଲିଯା ପ୍ରଥମ ପ୍ରେମ

ଭୁଲିଯାରେ ତାକୁ ଚାଲିଗଲା ଯିଏ

ଭାବି ନେ ଉଆଁସୀ ଜହ୍ନ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy