STORYMIRROR

Sanuja Meghamala

Inspirational

3  

Sanuja Meghamala

Inspirational

ତ୍ୟାଗ ଓ ସାଧନା

ତ୍ୟାଗ ଓ ସାଧନା

1 min
208

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ।

  ସ୍ତୁତି ଚିନ୍ତାମଣି - ସନ୍ଥକବି ଭୀମ ଭୋଇ.....


 ଆର୍ତ୍ତ ଜନଙ୍କର ଦୁଃଖ ଯନ୍ତ୍ରଣା ଯେ

ସହଜେ ପାରନ୍ତି ବୁଝି

କରି ସେବା ତ୍ୟାଗ  ପର ଉପକାର 

ମଧୁରତା ଦ୍ୟନ୍ତି ବିଞ୍ଚି।


ଦିନ ଦୁଃଖୀଙ୍କର ନୟନରୁ ଅଶ୍ରୁ 

ପୋଛି ଦିଏ ଯେଉଁ ନର

ସ୍ନେହ ମମତାର ମଧୁର ପରଶେ

 କରିଥାଏ ଆପଣାର।

 

 ମଣିଷ ଜନମେ ଜଗତ କଲ୍ୟାଣ 

କରି ଥାଏ ଯେଉଁ ଜନ

ଲଭେ ଯଶଖ୍ୟାତି ସମ୍ମାନ ଭକତି

 ଅମର ସେ ଚିରଦିନ।


ନିଜେ କଷ୍ଟ ସହି ଅନ୍ୟ ହିତ ପାଇଁ

କରଇ ଉଚିତ କର୍ମ

ବିରାଟ ହୃଦୟ ଅଧିକାରୀ ସିଏ

ମାନବିକତା ତା ଧର୍ମ।


ସଂସାରର ପଥ ବଡ ଯେ ଜଟିଳ

 ପ୍ରତିପାଦେ ମିଳେ ଧୋକା

ପ୍ରତ୍ୟାଶା ନ ରଖି କର୍ତ୍ତବ୍ୟ କରିଲେ

 ମନେ ନ ରହିବ ଶଙ୍କା ।


ମଣିଷର ସେବା ମାଧବଙ୍କ ପୂଜା

 ମନେ ଏ ଭାଵନା ଥିଲେ

ଦୁଃଖ କଷ୍ଟ ଯେତେ ଜୀବନେ ଆସିଲେ

ସହିବା ଶକତି ମିଳେ ।



 


 

 



 

 


Rate this content
Log in

Similar oriya poem from Inspirational