ତ୍ୟାଗ ଅପ୍ରତିମ.....
ତ୍ୟାଗ ଅପ୍ରତିମ.....


ବିଶ୍ୱସମ୍ଭାରଙ୍କ ଭୂମର୍ତ୍ତେ ବିଧ୍ଵସଂତା ବିଭତ୍ସତାର ରୂପ,
ଇନ୍ଦ୍ରିୟାନୁଭୂତିର ଲାଳସାରେ ଗଢା କାଳୀମାର ସ୍ତୁପ,
ତଥାପି ବି "ତ୍ୟାଗ" ବଂଚିଛି, ହସୁଛି,
ଅପଲକେ ବୈରାଗ୍ୟରେ ରମୁଛି, ଝୁମୁଛି.....॥
ସେ ତ ମୁକ୍ତ ନିର୍ଭୀକ
କପଟ-କର୍ଷଣ-ମ୍ଳେଚ୍ଛତ୍ୱର ବିଭୀଷିକାରୁ,
ସେ ତ ରସାୟିତ-ମୋହିତ-ବିହ୍ୱଳିତ
ସମର୍ପଣର ଅମୃତ-ପୂର୍ଣ୍ଣତ୍ୱରୁ ॥
କିଏ ବୁଝୁ କି ନବୁଝୁ
ଆସ୍ୱାଦନ କରୁ, କି ବୀତସ୍ପୃହ କରୁ.....
ଅନନ୍ତକାଳରୁ ଅସ୍ତିତ୍ୱ ତାର ଅନାଦିଯୋଗେଶ୍ୱର ସମ !!!
ଯିଏ ପାଇଛି, ସେ ଜିଣିଛି ତା' ମାଦକତାର ଗୂଢମର୍ମ ॥