Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SushreeShibanee Das

Others

2  

SushreeShibanee Das

Others

ତୋ ସ୍ବପ୍ନ ସତ ହେଉ.....

ତୋ ସ୍ବପ୍ନ ସତ ହେଉ.....

1 min
116


ସତ ଯଦି ମୋ ଚାହିଁବା

ଦିଗହୁଡା ଶୂନ୍ୟତା ଟା ପୂର୍ଣ୍ଣତ୍ବ ପାଉ,

ଅର୍ଘ୍ୟଟିଏ ସମର୍ପିଲି ତୋର ସନ୍ନିଧାନେ

ତୋର ମନେ ରହିଥାଉ ।

                    ❤

ଅନ୍ତର୍ଲୀନ ହୁଏ ଯଦି କାହା ସାନିଧ୍ୟରେ

ସେ ସଂଗତ୍ବ ଖାଲି ତୋର ହେଇଥାଉ,

ମିଶିବାକୁ ଥାଏ ଯଦି କା ହାତ ଗନ୍ତବ୍ୟ ପ୍ରାନ୍ତରେ

ମୋତେ ଖାଲି ତୋ ସାହାରା ମିଳୁଥାଉ ।

                    ❤

ଏକାକାର ହେବ ଯଦି ନାଁ ମୋ କାହା ଅସ୍ତିତ୍ବରେ

ସେ ପରିଚୟ ଖାଲି ତୋର ହେଇଥାଉ,

ସତ ଯଦି ହୁଏ କେବେ ମୋ ଆଖିର ସ୍ବପ୍ନ

ଖାଲି ତୋ ସ୍ବପ୍ନ ବାସ୍ତବ ର ରୂପ ନେଉ ।


Rate this content
Log in