STORYMIRROR

SushreeShibanee Das

Tragedy Others

3  

SushreeShibanee Das

Tragedy Others

ସ୍ବ ଅର୍ଥରେ ଆମେ

ସ୍ବ ଅର୍ଥରେ ଆମେ

1 min
206

ଏବେ ତ ଆମେମାନେ  ଈଶ୍ବରକୁଂ, 

ବେଶୀବେଶୀ ସ୍ମରଣକରୁଛୁ !!!

'ମୁ୍ଁ-ମୁଁ' 'ମୋର-ମୋର' ରେ 

ସମୃଦ୍ଧ ଆମେମାନେ ବିଭୁ ଭିକ୍ଷ୍ୟୁ ସାଜିଅଛୁ ॥


ଚଳନ୍ତି ଜଡମାନେ ଆମେ, 

ପଥରହୃଦୟ ନେଇ

କାଷ୍ଠ-ପାଷାଣ ମୂର୍ତ୍ତିରୁ 'ଭକ୍ତି' ର ଦ୍ବାହି ଦେଇ

ଅଲୌକିକତା ଲୋଡୁଅଛୁ.....!!!

"ମଣିଷତ୍ଵକୁ ଶ୍ବାସରୁଦ୍ଧ କରି....."

କର୍ମଅକର୍ମ ର ଭାଗଶେଷ ରୂପେ

ଅମୃତଫଳକୁ ଆଶାବାନ୍ଧିଛୁ ॥


ଏତେ' ହା ହାକାର ଭିତରେ ବି 

ମୁଁ' ଆଉ ମୋର' ମାନେ ଜ୍ଞାତ-ଅଜ୍ଞାତରେ

ସୃଷ୍ଟି ଆଉ ସ୍ରଷ୍ଠା କୁ ଛଳିବାର ପ୍ରୟାସ ଯାରିରଖିଛୁ ॥

ଏବେତ ଈଶ୍ବରକୁଂ ଆମେ ବେଶୀବେଶୀ ଖୋଜୁଅଛୁ ॥


Rate this content
Log in

Similar oriya poem from Tragedy