STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

ତୁମକୁ ନମନ ଶତ

ତୁମକୁ ନମନ ଶତ

1 min
372

ଆହେ ଦୀନବନ୍ଧୁ ତୁମ ଚରଣରେ

   ଯୋଡୁଅଛି ମୋର କର,

ସଦୟ ହୁଅ ମୋ ଜୀବନ ଯାତ୍ରାରେ

   ଏତିକି ଆଶିଷ କର


ତୁମ ଦୟା ବିନା ଅନ୍ୟ ଗତି ନାହିଁ

   ଅନ୍ୟ କିଛି ନାହିଁ ବାସ,

କଢିଟିକୁ ତୁମେ ଫୁଲଟିଏ କରି

  ପାଖୁଡ଼ାରେ ଭର ବାସ


ତୁମ ପାଇଁ ଆତଯାତ ଏ ଜଗତ

   ତୁମ ପାଇଁ ଦିନ ରାତି,

ତୁମେ ହିଁ ତ ବନ୍ଧୁ ସଖା ସହୋଦର

   ତୁମକୁ ତ ଡାକେ ଦିନ


ହୃଦୟରେ ଭର ଉଦାରତା ମୋର

   କରୁଥାଏ ଭଲ କାମ,

ହିଂସା, ଇର୍ଷା, ଠାରୁ ଦୁରେ ରଖ ମତେ

   ପାଖକୁ ନ ଆସୁ କାମ


ଦୁଃଖ ସୁଖ ଭରା ଏ ମାୟା ଜୀବନେ

   ତୁମେ ହିଁ ତ ଏକା ସତ,

ତୁମେ ଆଦ୍ୟସୃଷ୍ଟି ,ତୁମେ ଦୁଷ୍ଟନାଶୀ

    ତୁମକୁ ନମନ ସତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics