ତୁମକୁ ନମନ ଶତ
ତୁମକୁ ନମନ ଶତ
ଆହେ ଦୀନବନ୍ଧୁ ତୁମ ଚରଣରେ
ଯୋଡୁଅଛି ମୋର କର,
ସଦୟ ହୁଅ ମୋ ଜୀବନ ଯାତ୍ରାରେ
ଏତିକି ଆଶିଷ କର
ତୁମ ଦୟା ବିନା ଅନ୍ୟ ଗତି ନାହିଁ
ଅନ୍ୟ କିଛି ନାହିଁ ବାସ,
କଢିଟିକୁ ତୁମେ ଫୁଲଟିଏ କରି
ପାଖୁଡ଼ାରେ ଭର ବାସ
ତୁମ ପାଇଁ ଆତଯାତ ଏ ଜଗତ
ତୁମ ପାଇଁ ଦିନ ରାତି,
ତୁମେ ହିଁ ତ ବନ୍ଧୁ ସଖା ସହୋଦର
ତୁମକୁ ତ ଡାକେ ଦିନ
ହୃଦୟରେ ଭର ଉଦାରତା ମୋର
କରୁଥାଏ ଭଲ କାମ,
ହିଂସା, ଇର୍ଷା, ଠାରୁ ଦୁରେ ରଖ ମତେ
ପାଖକୁ ନ ଆସୁ କାମ
ଦୁଃଖ ସୁଖ ଭରା ଏ ମାୟା ଜୀବନେ
ତୁମେ ହିଁ ତ ଏକା ସତ,
ତୁମେ ଆଦ୍ୟସୃଷ୍ଟି ,ତୁମେ ଦୁଷ୍ଟନାଶୀ
ତୁମକୁ ନମନ ସତ