STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ତୁମକୁ ଝୁରେ

ତୁମକୁ ଝୁରେ

1 min
175

ଗାନ୍ଧୀ ହେ 

ତୁମ ଅହିଂସା ମନ୍ତ୍ର 

ଥିଲା ସ୍ୱତନ୍ତ୍ର 

କାମ କରୁନି ଆଉ 

ଦଙ୍ଗା ହରତାଳ 

ଖାଉଛି ଭାଉ 

ମଣିଷ ରକ୍ତେ ମଣିଷ 

ଖେଳୁଛି ହୋରୀ 

କେଣେ ଗଲ ଗାନ୍ଧୀ 

ଆସନ୍ତୁ ଫେରି 

ଗାନ୍ଧୀ ହେ 

ତୁମ ବଳିଦାନ 

ଭୂଲୁଣ୍ଠିତ ଆଜି ଅସମ୍ମାନ 

ତୁମ ଖଦଡ଼ ଧୋତି 

ମର୍ଯ୍ୟାଦା ହେଲାଣି ଇତି 

ତୁମ ହାତର ବାଡ଼ି 

ନୁହେଁ ଆଜି ଅନ୍ଧ ଲଉଡି 

ବରଂ ସାଜିଛି ଛଡି 

ଗୋଡ଼ାଇ ଗୋଡ଼ାଇ 

ମଣିଷ ପିଟେ ମଣିଷକୁ 

ଦେଇ କିଳିକିଳା ରଡି 

ଗାନ୍ଧୀ ହେ 

ତୁମେ ଗଲାପରେ 

ନିଃସ୍ଵାର୍ଥ ଭାବରେ 

କେହି ଦେଖୁନି କାହାକୁ 

ସ୍ୱାର୍ଥର ତୋବଡ଼ା ବନ୍ଧା 

ସବୁଠି କାରସାଦି ଓ ଧନ୍ଦା 

ସଭିଏଁ ନିଜ ସୁଖେ ମସଗୁଲ 

ଅନ୍ୟର ଦୁଃଖ 

ବୁଝେନା ବିଲକୁଲ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational