ତୁମକୁ ଝୁରେ
ତୁମକୁ ଝୁରେ
ଗାନ୍ଧୀ ହେ
ତୁମ ଅହିଂସା ମନ୍ତ୍ର
ଥିଲା ସ୍ୱତନ୍ତ୍ର
କାମ କରୁନି ଆଉ
ଦଙ୍ଗା ହରତାଳ
ଖାଉଛି ଭାଉ
ମଣିଷ ରକ୍ତେ ମଣିଷ
ଖେଳୁଛି ହୋରୀ
କେଣେ ଗଲ ଗାନ୍ଧୀ
ଆସନ୍ତୁ ଫେରି
ଗାନ୍ଧୀ ହେ
ତୁମ ବଳିଦାନ
ଭୂଲୁଣ୍ଠିତ ଆଜି ଅସମ୍ମାନ
ତୁମ ଖଦଡ଼ ଧୋତି
ମର୍ଯ୍ୟାଦା ହେଲାଣି ଇତି
ତୁମ ହାତର ବାଡ଼ି
ନୁହେଁ ଆଜି ଅନ୍ଧ ଲଉଡି
ବରଂ ସାଜିଛି ଛଡି
ଗୋଡ଼ାଇ ଗୋଡ଼ାଇ
ମଣିଷ ପିଟେ ମଣିଷକୁ
ଦେଇ କିଳିକିଳା ରଡି
ଗାନ୍ଧୀ ହେ
ତୁମେ ଗଲାପରେ
ନିଃସ୍ଵାର୍ଥ ଭାବରେ
କେହି ଦେଖୁନି କାହାକୁ
ସ୍ୱାର୍ଥର ତୋବଡ଼ା ବନ୍ଧା
ସବୁଠି କାରସାଦି ଓ ଧନ୍ଦା
ସଭିଏଁ ନିଜ ସୁଖେ ମସଗୁଲ
ଅନ୍ୟର ଦୁଃଖ
ବୁଝେନା ବିଲକୁଲ