STORYMIRROR

sudhakar sethi

Tragedy

4  

sudhakar sethi

Tragedy

ତୁମେ

ତୁମେ

1 min
23.4K

ବୁଝିବି ପାରୁନି ବୁଝି 

ଯେମିତି ସବୁ ଅଜଣା ଅଛପା

ସତେ କେଉଁଏକ ଅସମାହିତ ଗଣିତ 

ମାଇଲ ମାଇଲର ଦୁରତ୍ବ 

ସମ୍ପର୍କ ଫିକା ଫିକା 

ତଥାପି ତୁମର ଆକର୍ଷଣେ 

ମୁଁ ନାଚାର ସାଜେ ନିରବ ଦ୍ରଷ୍ଟା

 

ମନେ ଅସୁମାରୀ ପ୍ରଶ୍ନ 

ଖୋଜେ ଅସ୍ତିତ୍ବ 

ପଥର କନ୍ଦରେ ,ଭବ୍ୟ ଇମାରତରରେ

 ଅବା ସେ ଅଧାପୋତା

 ପାଉଁଜି ସାଥେ

ଉପେକ୍ଷିତ ବେଳା ଭୂମିରେ

ଦିଶିଯାଅ ଖାଲି ତୁମେ ଆଉ ତୁମେ 

 ଅବଚେତନ ମନରେ


ଲଥକରି ବସିପଡେ ପିଠି ନିଏ ଆଶ୍ରା

ନୂଆଣିଆ ଚାଳଘର ମାଟିକାନ୍ଥ ସହ

ଚାଲେ ରିତିମତ କସରତ

ଦେହସାରା ଝାଳ ଭର୍ତ୍ତି

ମୁଣ୍ଡରୁ ଠେକା ଖୋଲୁଖୋଲୁ

ଆଗରେ ସେ ଲୋଭନୀୟ ଚେହେରା 

ପ୍ରକାଶ୍ୟ ଦିବାଲୋକରେ ବି ସ୍ବପ୍ନ

ସତେ କଣ ତୁମେ କରିଛ କିମିଆ


ଭାବନାରେ ପଡେ

ପଡେ ପୂର୍ଣ୍ଣଛେଦ

 ତେଲ ଲୁଣର ଦୁନିଆ 

ହିସାଵ କଷୁକଷୁ ରାତିଅଧ

ଦିନସାରା ହାଡ ଭଙ୍ଗା ଖଟଣି 

ଦେହ ହାତରେ ଚାଇଁ ତେଲର ପରସ

ଦୁରରୁ ଶୁଭୁଛି କାହାର ଅସ୍ପଷ୍ଟ ସ୍ବର

ଶୁନ୍ୟରେ ମିଳେଇବା ଆଗରୁ ଆସ ତୁମେ

ଗୋଟେ କଡ଼ରେ ରାତି ଶେଷ


ସବୁଜାଣେ ସବୁ ବୁଝେ

ହେଲେ ସବୁ ଜାଣିବା ବୁଝିବା ଭିତରେ

କାହିଁକି ଏତେ ଅନ୍ଧକାର

 ବାଲିଗରଡା ବି ପଡେ ଭାରି 

ଓହୋ ! ମୁଁ ପରା କୂପ ମଣ୍ଡୁକ 

ତଥାପି ଥିଲି ଖୁସି 

ସବଜାନତା ଭାବନେଇ 

ଡେଉଁଥିଲି ମୋ ଦୁନିଆରେ

ତୁମେ ଆସିଲାପରେ 

ଗଲା ସବୁ ବିଗିଡି

ନିଜକୁ ହଜାଇ ଖୋଜୁଛି

 ତୁମ ଭିତରେ


ତୁନି ପଡିଲାଣି ବଂଶୀ ସ୍ବନ 

ଅନ୍ଧକାର ଘୋଟିବା ଆଗରୁ 

ଭେଟିବାକୁ ଚାହେଁ 

ଜାଣେ ଦେଖା ଦେଵନି 

ସହି ପାରିବନି ମୋର ଏ ପତନ

ହେଲେ କାହିଁକି

ଏସବୁତ ତୁମ ପାଇଁ

ସବୁ ଯେ ତୁମ ମାୟାର ଅଧିନ

ସବୁ ମିଛ ପ୍ରହେଳିକା 

 ଆଉ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy