" ତୁମେ "
" ତୁମେ "


ତୁମରି ଆଖିରେ ଆଖି ମିଶାଇଲେ
ଦେହେ ଶିହରଣ ଜାଗେ
ଆଖି ମୁଦି ଦେଇ ତୁମକୁ ଭାବିଲେ
ମନ ଯେ ମହକି ଯାଏ ।
ତୁମକୁ ଚାହିଁଲେ ବେଦନାର ଲୁହ
ଝରିଯାଏ ଆପେ ଆପେ
ଆଖି ମୁଦି ଦଣ୍ଡେ ତୁମକୁ ଭାବିଲେ
ଶକତି ଆସେ ଅମାପେ ।
ତୁମକୁ ଚାହିଁଲେ ଅଧା ହାତ ତୁମ
ଶକତିର ବାର୍ତ୍ତା ଦିଏ
ଆଖି ମୁଦି ଦେଲେ ସେ ହାତର ବଂଶୀ
ମନକୁ ଉଚ୍ଚାଟ କରେ ।
ଆଖି ଖୋଲି ଯଦି ତୁମକୁ ଚାହେଁ ମୁଁ
ତୁମ କଳା ଦେହ ଦେଖେ
ଆଖି ମୁଦି ଦେଇ ସେ ରଙ୍ଗ ଭାବିଲେ
ସେ ରଙ୍ଗେ ବିଭୋର ହୁଏ ।
ଆଖି ଖୋଲି ଯଦି ତୁମକୁ ଦେଖଇ
ପାଦ ତ ଦେଖି ନ ପାରେ
ଆଖି ମୁଦି ଦେଇ ତୁମକୁ ଭାବିଲେ
ତୁମ ସ୍ପର୍ଶ ପାଇଥାଏ ।