ତୁମେ
ତୁମେ
ତୁମେ...
ମୋ ସ୍ଵପ୍ନର ଅସରନ୍ତି ଭାବନା,
ମୋ ଅବୁଝା ମନର ଅକୁହା ବେଦନା l
ତୁମେ...
ମୋ ଆଖିର ସ୍ଵଚ୍ଛ ଦୃଷ୍ଟି ପଟଳ,
ମୋ ଖିଆଲି ମନର ରସମୟ ଖିଆଲ l
ତୁମେ...
ମୋ ଇନ୍ଦ୍ରଧନୁ ମୁଁ ସପ୍ତରଙ୍ଗ,
ମୋ ଜଡ ଶରୀରର ଅଭିନ୍ନ ଅଙ୍ଗ l
ତୁମ ପାଦ ସାଥେ ମୋ ପାଦ ମିଶି ରହୁ,
ମୋ ଶେଷ ନିଶ୍ଵାସ ତୁମ କୋଳେ ହେଉ l
ବୈଷ୍ଣବ ମେହେର
ଗଣ୍ଡାବାହାଲି ନୂଆପଡା

