ତୁମେ
ତୁମେ
ମନେପଡ ତୁମେ ପ୍ରତି ମୁହୂର୍ତ୍ତରେ
ଭାଷା ନାହିଁ କହିବାକୁ ।
କେଉଁ ଜନମର ସାଥୀ ତୁମେ ମୋର
ଦିଅ ଥରେ ଜାଣିବାକୁ ।
ଦେଖିଲେ ତୁମର ନୟନ ଦୁଇଟି
ସତେ ସେ ମୋ ପରିଚିତ ।
ଓଠକୁ ଦେଖିଲେ ଲାଗଇ ସେମିତି
ମନ ହୁଏ ଆନ୍ଦୋଳିତ ।
ଶୁଣିଦେଲେ ତୁମ ମିଠା ମିଠା କଥା
ହୁଏ ମୁଁ କେତେ ପାଗଳ ।
କିଭଳି କହିବି ସାଥୀ ତୁମେ ମୋର
ତୁମେ ହିଁ ମୋର କେବଳ।
ଚେହେରା ତୁମର ଅତ୍ୟନ୍ତ ସୁନ୍ଦର
ସତେ କି ସେ ପୂର୍ଣ୍ଣ ଚାନ୍ଦ ।
ଦେଖୁଥିଲେ ଯେତେ ମନ ପୁରେ ନାହିଁ
ଦେଖି ଦେଖି ମୁଁ ଆନନ୍ଦ ।
ହସଟି ତୁମର ମୋ ପାଇଁ ସ୍ବର୍ଗୀୟ
ସତେ ମୋ ସରଗ ସୁଖ ।
ଶୁଣି ଦେଲେ ଥରେ ଲାଗଇ ଆନନ୍ଦ
ମେଣ୍ଟି ଯାଏ ଶୋଷ ଭୋକ।
***********************
ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ।

