STORYMIRROR

Dambarudhar Bag

Romance

3  

Dambarudhar Bag

Romance

ତୁମେ

ତୁମେ

1 min
367



ମନେପଡ ତୁମେ ପ୍ରତି ମୁହୂର୍ତ୍ତରେ

ଭାଷା ନାହିଁ କହିବାକୁ ।

କେଉଁ ଜନମର ସାଥୀ ତୁମେ ମୋର

ଦିଅ ଥରେ ଜାଣିବାକୁ ।

ଦେଖିଲେ ତୁମର ନୟନ ଦୁଇଟି

ସତେ ସେ ମୋ ପରିଚିତ ।

ଓଠକୁ ଦେଖିଲେ ଲାଗଇ ସେମିତି

ମନ ହୁଏ ଆନ୍ଦୋଳିତ ।

ଶୁଣିଦେଲେ ତୁମ ମିଠା ମିଠା କଥା

ହୁଏ ମୁଁ କେତେ ପାଗଳ ।

କିଭଳି କହିବି ସାଥୀ ତୁମେ ମୋର

ତୁମେ ହିଁ ମୋର କେବଳ।

ଚେହେରା ତୁମର ଅତ୍ୟନ୍ତ ସୁନ୍ଦର

ସତେ କି ସେ ପୂର୍ଣ୍ଣ ଚାନ୍ଦ ।

ଦେଖୁଥିଲେ ଯେତେ ମନ ପୁରେ ନାହିଁ

ଦେଖି ଦେଖି ମୁଁ ଆନନ୍ଦ ।

ହସଟି ତୁମର ମୋ ପାଇଁ ସ୍ବର୍ଗୀୟ

ସତେ ମୋ ସରଗ ସୁଖ ।

ଶୁଣି ଦେଲେ ଥରେ ଲାଗଇ ଆନନ୍ଦ

ମେଣ୍ଟି ଯାଏ ଶୋଷ ଭୋକ।

***********************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ।


Rate this content
Log in

Similar oriya poem from Romance