STORYMIRROR

Snigdha Panda

Romance

4.7  

Snigdha Panda

Romance

ତୁମେ

ତୁମେ

1 min
260


ତୁମର ଆସିବାର ବେଳ ସବୁବେଳ,

ତୁମକୁ ଛୁଇଁବାର ବେଳ ସବୁବେଳ ॥

ଯେତେ ଯେତେ କଥା ଶୁଭୁଥିବ

ସବୁ ତୁମ କଥା ହୋଇଥିବ

ଯଦି ମୋ ଝରକା ଖୋଲାଥିବ

ତୁମ ଗାଁରୁ ପବନ ବହୁଥିବ

ତୁମକୁ ଦେଖିବାର ବେଳ ସବୁବେଳ

ତୁମକୁ ଲେଖିବାର ବେଳ ସବୁବେଳ ॥

ଭାବିବାକୁ ଯଦି କିଛି ଥିବ

ତୁମ କଥା ମନ ଭାବୁଥିବ

ହଜିବାକୁ ଯଦି କିଛି ଥିବ

ତୁମ ଠାରେ ମନ ହଜିଥିବ

ତୁମକୁ ଖୋଜିବାର ବେଳ ସବୁବେଳ

ତୁମକୁ ପାଇବାର ବେଳ ସବୁବେଳ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance