ତୁମେ
ତୁମେ

1 min

6.8K
ସମ୍ପର୍କର ନାମ ଦେବାକୁ ଅସ୍ଥିର ତୁମେ
କ'ଣ ଆଉ ବୁଝାଇବି ତୁମକୁ...
ତୁମେ,
ଯେ ଅବୁଝା କବିତା
ମୋ କଲମ ମୁନର......।
ହୃଦୟ ପୃଷ୍ଠାରେ ଆଜି
ଶତ ଚେଷ୍ଟା ହାର ମାନିଯାଏ ,
ତୁମେ ଅଛିଣ୍ଡା ମାନସାଙ୍କ
ମୋ ଜୀବନ ପୃଷ୍ଠାର।
ତୁମେ ସିଏ ....
ଯାହା ସାନ୍ନିଧ୍ୟ ଖୋଜେ ମୁହିଁ
ଏକାନ୍ତ ନିରୋଳାରେ ,
ସ୍ଵପ୍ନ ସବୁ ଶୋଇଗଲା ପରେ......।
ଚତୁଃପାର୍ଶ୍ୱର ଶୂନ୍ୟତା ମଧ୍ୟରେ
ଏକମାତ୍ର ପୁର୍ଣ୍ଣତା ତୁମେ
ମୁଁ...
ବିମୁଗ୍ଧ ରାଗୀଣିଟେ ତୁମରି ପ୍ରେମର.....।