STORYMIRROR

Bidyut lata Mishra

Others

3  

Bidyut lata Mishra

Others

ଅନ୍ତଃସ୍ୱର

ଅନ୍ତଃସ୍ୱର

1 min
284


ପଢିଛକି କେବେ କାହା 

ନୀରବତା ଭାଷାକୁ,

ଦେଖିଛକି କେବେ କାର

ଲୁହ ମିଶା ହସକୁ।


ଜାଣିଛକି କେବେ କାର

ହୃଦୟର ବ୍ୟଥା କୁ,

ଶୁଣିଛ କି କା' ମନର

ଅକୁହା ସେ କଥା କୁ।


ଧରିଛକି ଏକାନ୍ତରେ 

ମନ ପ୍ରଜାପତି କୁ,

ଡରିଛକି କେବେ ଦେଖି

ନିଜେ ନିଜ ଛାଇକୁ।


କାନ୍ଦିଛକି ଖୁସି ହୋଇ 

ଏକାନ୍ତେ ନିରୋଳା ରେ,

ଗାଇଛ କି ରାଗିଣୀ ଟେ

କାହା ସୁର ଛନ୍ଦରେ।


ଜଳିଛକି ନିଜେ ନିଜ 

କୃତକର୍ମ ସବୁରେ,

ଲିଭିଛିକି ଚିହ୍ନ ତାର 

ଧୋଇ ଦେଇ ଲୁହରେ।


ଭରିଛକି ହସ ଦେଇ

କା'ର ହୃଦ କଳସ,

ହୋଇଛ କି କା' ମନର 

ପ୍ରିତୀ ଧାରା ପୀୟୂଷ।


Rate this content
Log in