Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyut lata Mishra

Abstract

2.5  

Bidyut lata Mishra

Abstract

ସିଏ ଆସେ

ସିଏ ଆସେ

1 min
227


ସିଏ ଆସେ..


ରାତ୍ରି ର ଅନ୍ଧକାରେ

ଆଖି ସବୁ ମୁଦି ହେଲା ପରେ

ସ୍ବପ୍ନ ସବୁ ଶୋଇଗଲା ପରେ

ଆଶା ସବୁ ମରିଗଲା ପରେ

ସିଏ ଆସେ

ଅନୁଭବ କରାଏ ମୋତେ

ମୋର ପୂର୍ଣ୍ଣତା ରେ ଶୂନ୍ୟତା କୁ

ଅନୁଭବ ର ଭିନ୍ନତା କୁ

ଅନ୍ଧକାରରେ ଥିବା ଆଲୋକକୁ

ସିଏ ଆସେ

ଶୀକ୍ତ କରେ ମୋତେ

ମୋର ହିଁ ଅଶ୍ରୁ ର ବନ୍ୟାରେ

ଶିହରଣ ଖେଳେ ଶରୀରରେ

ତାର ବିରହିତ ସ୍ୱର ରାଗିଣୀ ରେ

ସିଏ ଆସେ

ଆକାଂକ୍ଷିତ ମନରେ

ଆତ୍ମବିଶ୍ବାସ ର ସଳିତା ଜଳାଇ

ସ୍ନେହ ପ୍ରେମ ର ଘିଅ ଢାଳି 

ଚାଲିଯାଏ ସିନା

ସିଏ ଆସେ


Rate this content
Log in

Similar oriya poem from Abstract