STORYMIRROR

Bidyut lata Mishra

Others

4  

Bidyut lata Mishra

Others

ନୃଶଂସ

ନୃଶଂସ

1 min
203

ସେଇ ମା ଉପରେ କଣ ବିତୁଥିବ ଆଜି

ଜାର ପରସ ବିନା ଝିଅ ଶୁଏ ନାହିଁ,

ଚିର ନିଦ୍ରାରେ ଶୁଆଇ ଦେଲାକେ 

ଦେଖିବା ସୁଯୋଗ ଦେଲା ନାହିଁ ।


ସେଇ ବାପର ଆଖିରୁ ଶୁଖିବକି ଲୁହ

 ଯେଉଁ ଝିଅ ଥିଲା ତାର ହୀରା ମୋତି,

 କେତେ ଯେ ସପନ ସାଇତି ଥିଲାସେ

 ଦୁଃଖରେ ଖୁସିକୁ ଖୋଜି ନିତି।


କ୍ରୋଧ ଓ ଘୃଣା ରେ ଜର୍ଜରିତ ଦେହ ମନ

ଚକ୍ଷୁ ବହେ ସତେ ରକ୍ତ ଧାରା

ଜଲହାଦ ରାକ୍ଷସ ଦଂସି ଦେଲା ତାକୁ

କଳିକାକୁ କରି ଛାରଖାର।


ପତର ପଡିଲେ ଦେହରେ ଝିଅର 

ପଥର ଲାଗୁଥିଲା ଯାହାକୁ

ବିଭର୍ଛିତ ପଚାଷଢା ଦେହେ 

ଦେଖିଥିବେ କେମିତି ତାହାକୁ।


ଧର୍ମ ଦେଶେ ଆଜି ବିଧର୍ମ ରାଜୁତି

ନ୍ୟାୟ ଚାହେଁ ଆଜି ହିନ୍ଦୁସ୍ତାନ

ଫାଶୀ ଠାରୁ ବଳି କଠୋର ଦଂଡକୁ 

ଦିଅ ତାକୁ ଆହେ ନ୍ୟାୟାବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍