STORYMIRROR

Bidyut lata Mishra

Tragedy Others

3  

Bidyut lata Mishra

Tragedy Others

ଦେଖିଛକି କେବେ ତାକୁ

ଦେଖିଛକି କେବେ ତାକୁ

1 min
338

ଚିହ୍ନା ଗଳିର ସୁନସାନ ପଥରେ 

କେବେ କେବେ ଜନାକୀର୍ଣ୍ଣ ବାଟରେ

ଦେଖାଦିଏ ସିଏ

ଅପନ୍ତରା ପଥେ ରୁଗ୍ଣ ଶରୀରେ

ଦେଖିଛକି କେବେ ତାକୁ?

କେବେ ହସି କେବେ କାନ୍ଦି ବୁଲୁଥାଏ

ନଗ୍ନ ଶରୀରେ ଲଜ୍ଜା କରୁଥାଏ

ଶାନ୍ତ ଜନ ଦେଖି କ୍ରୋଧେ ଗାର୍ଜୁଥାଏ

ଦୁଷ୍ଟ ଲୋକ ଦେଖି ଦୁରେ ଲୁଚି ଯାଏ ।

ଦେଖିଛ କି କେବେ ତାକୁ?

କେବେ ଥିଲା ସିଏ ନିଖୁଣ କଳିକା

କାହା ଅଗଣାରେ ଦୁଲ୍ଲାଣି ବନିତା

ପ୍ରିୟ ପୁରୁଷର ସ୍ବପ୍ନର ନାୟିକା

ସ୍ବପ୍ନ ସହରିରେ ପ୍ରୀତି ସଂଚାରିକା

ଦେଖିଛ କି କେବେ ତାକୁ?

ଅସ୍ଥିତ୍ଵ ହରାଇ ସ୍ଥିତିହୀନା ସିଏ

ରାତ୍ର ଦିବା ସଦା ଝୁରି ହଉଥାଏ

କେବେ ବା କଦାଚ ଅତୀତ ନପାଏ

ମାତୃ ପିତୃ ବନ୍ଧୁ ଐରି ସଯାଏ 

ଦେଖିଛ କି କେବେ ତାକୁ?

କାମୁକ ଲମ୍ପଟ ଅତ୍ୟାଚାରି ଯେତେ

ଦିବାରେ ବୁଲୁଛ ଭଦ୍ରମୁଖା ସାଥେ

ଦଂଶିଛ କଳିକୁ କେବେବା ଗୁପତେ

ଫୋପଡାଇ ଅଛ ଅପନ୍ତରା ଘାଟେ 

ଦେଖିଛକି କେବେ ତାକୁ?

ବଞ୍ଚିଛି ମରିନି ସଂଘର୍ଷ କରିଛି

ବନ୍ଧୁ ପରିବାର ସବୁସେ ଛାଡିଛି

ପାଗଳୀ ସାଜିଣ ଗାଁ ଗାଁ ବୁଲି

ଟାହି ଟାପରା ଓ ଗାଳି ବି ସହିଛି

ଦେଖିଛ କି କେବେ ତାକୁ?

ଭୁଲ ନ କରିଣ ଦଣ୍ଡ ସେ ଭୋଗୁଛି

କେତେ କ୍ରୁର ସତ୍ୟ ବକ୍ଷରେ ଚାପିଛି

ନାକ ଟେକି ତାକୁ କରନା ଛି ଛି

ବିବର୍ଣ୍ଣ ଶରୀରେ ସୁକ୍ଷ୍ମ ହୃଦୟ ଅଛି

ଦେଖିଛ କି କେବେ ତାକୁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy