STORYMIRROR

Bidyut lata Mishra

Others

4  

Bidyut lata Mishra

Others

ନିର୍ବାଚନ

ନିର୍ବାଚନ

1 min
268


ଘାଇଁ ଘାଇଁ ଚାଲେ ଗାଡି ମଟର

ଚାରିଆଡେ ହୋର୍ଡିଂଗ ପୋଷ୍ଟର,

କିଏ ଏଠି ସାତ କିଏ ସତର

କିଏ ଅବା ଚୋର କେ ଚୌକିଦାର।


 କିଏ କହେ ଦେବୁ ଛତା ଓ ଜୋତା 

କିଏ କହେ ଦେବୁ ମାସିକ ଭତ୍ତା,

କିଏ କହେ ହେବ ସବୁ ଚୀଜ ଶସ୍ତା

କେ କହେ କରିବୁ ସବୁଠି ରାସ୍ତା ।


କାଲି ଥିଲା ଯିଏ ଗୁଡଠୁ ମିଠା 

ଆଜି ଲାଗେ ସିଏ ନିମ୍ବ ଠୁ ପିତା,

ପାଇବାକୁ ଏଠି ଆସନ ସତ୍ତା 

ଲଢେଇ କରନ୍ତି ପୁତ୍ର ଓ ପିତା ।


ଉପରେ ଗାଳିକୁ ଭିତରେ ମେଳି

ଜନତା ହୁଅନ୍ତି ଖାଲି ବାଉଳି,

ନେତାଙ୍କର ରଙ୍ଗ ଭଳି କି ଭଳି 

ଦେଖୁଥା ବାବୁରେ ଟିକେ ସମ୍ଭାଳି ।


ଆତସ ବାଜିରେ ଫାଟୁଛି କାନ

ନେତାଙ୍କର ଏଠି ମନ ଉଚ୍ଛନ୍ନ

ନୋଟ ଦେଇ ଭୋଟ କିଣିବେ ବାବୁରେ

ଦିନରେ ଦେଖାଇ ଆକାଶେ ଜହ୍ନ।


ନେତା ଅଭିନେତା ସଭିଏଁ ମିଶି 

ଶହେ ଶହେ ଖେଳ କରନ୍ତି ବସି,

ଚକ ଘୁଞ୍ଚି ଗଲେ ପାଞ୍ଚ ବର୍ଷ ବାବୁ

ଜିତିଗଲେ ଦେବେ କୋଣକୁ ଠେସି।


ନିରକ୍ଷର ଅବା ହେଉ ସାକ୍ଷର

ବାଜିଗଲେ ମୁଣ୍ଡେ ନେତା ମୋହର,

ଜନତା ନାଁରେ ହୋଇ ଲହର ଫର

ଦେବେ କଥା ଯାହା ପାଣିର ଗାର ।


ମାରିଦେବେ ନେତା ଛକା ଚଉକା

କାବୁ କରିବେରେ ଦେଖି ମଉକା,

କାଗଜ କଲମେ ପ୍ରଗତି କରିବେ

ଚାହିଁ ରହିଥିବୁ ହୋଇ ଜଳକା।


ଶିକ୍ଷିତ ଚିହିଁବେ ନେତାଙ୍କୁ ଯେବେ

ଦଳ ଓ ବ୍ୟକ୍ତିକୁ ପରଖୁ ଥିବେ,

ଟଙ୍କା ଲୋଭ ଛାଡି ଦେଶ ଲୋଭ କରି

ସଠିକ ଲୋକ ଦେଖି ଭୋଟ ଦେବେ।


ରାଜତନ୍ତ୍ର ନୁହେଁ ଏ ଗଣତନ୍ତ୍ର

ପରିବର୍ତ୍ତନ ତା ୟା ମୂଳମନ୍ତ୍ର,

ନେତା ଓ ଜନତା ଜାଗ୍ରତ ହୋଇଲେ

ରାମରାଜ୍ୟ ହେବ ଆମରି ରାଷ୍ଟ୍ର ।


Rate this content
Log in