STORYMIRROR

Bidyut lata Mishra

Others

3  

Bidyut lata Mishra

Others

ହୋଲି ହେ

ହୋଲି ହେ

1 min
377


ହୋଲି ହୋଲି ହୋଲିରେ ହୋଲି

ବରଷକେ ଥରେ ଆସିଛୁ ବୁଲି,

ସ୍ନେହ ଭାଇଚାରା ପସରା ମେଲି

ମାନ ଅଭିମାନ ଯାଇଛି ଚାଲି ।

ହୋଲି ହୋଲି ହୋଲିରେ ହୋଲି


ପିଲାଠାରୁ ବୁଢା ସଭିଏଁ ଖୁସି

ରଙ୍ଗ ମଖମାଖୀ ହୁଅନ୍ତି ହସି,

ପିଚକାରୀ ସାଥେ ରଙ୍ଗ ଅବିର 

ଏକେ ଆରେକରେ ହୁଅନ୍ତି ନେସି ।

ହୋଲି ହୋଲି ହୋଲି ରେ ହୋଲି


ହୀରଣ୍ୟ କଷିପୁ ରସେ ଭଗିନୀ

ହୋଲିକା ନାମତା ସତେ ପାଶାଣୀ,

ଦହିବାକୁ ପ୍ରହଲ୍ଲାଦ ଶରୀର 

କୋଳେ ଧରି ତାକୁ ପଶିଲା ଅଗ୍ନି।

ହୋଲି ହୋଲି ହୋଲି ରେ ହୋଲି


ବରଦାନ ତାର ହୋଇଲା ମିଛ

ଅଗ୍ନି ଜ୍ବଳନରେ ହୋଇଲା ଭସ୍ମ,

ପ୍ରହ୍ଲାଦ ଦେହେ ନୋହିଲା କ୍ଷତି

ହସି ହସି ସିଏ ଆସିଲା ଚାଲି।

ହୋଲି ହୋଲି ହୋଲି ରେ ହୋଲି


ପୌରାଣିକ କଥା ବାରତା ଦିଏ

କ୍ରୋଧ ହିଂସା ମନେ ରଖନା କିଏ,

ପ୍ରେମ ସ୍ନେହ ଦିଅ ରାଗକୁ ଠେଲି

ଜାତି ଉଚ୍ଚ ନୀଚ୍ଚ ଭେଦକୁ ଭୁଲି।

ହୋଲି ହୋଲି ହୋଲିରେ ହୋଲି


ରଙ୍ଗ ଅବିରର ପରବ ହୋଲି

ହର୍ଷ ମୁଖରିତ ଗାଁ ଗହଳି,

କେମିକାଲ ରଙ୍ଗ ଦୁରକୁ ଠେଲି

ଆସରେ ଖେଳିବା ହର୍ବାଲ ହୋଲି ।

ହୋଲି ହୋଲି ହୋଲିରେ ହୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍