STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ତୁମେ ଯେବେ ରଖ ପାଦ ମୋ ଦୁଆରେ

ତୁମେ ଯେବେ ରଖ ପାଦ ମୋ ଦୁଆରେ

1 min
258

ବାସି ଉଠେ ଘର ବଉଳ ଫୁଲରେ

ହସେ ମୋ ଚଟାଣ ଝରା କୁସୁମରେ

ଘର କାନ୍ଥ ବାଡ଼ ଆନନ୍ଦ ବିଭୋରେ

ତୁମେ ଯେବେ ରଖ ପାଦ ମୋ ଦୁଆରେ।। 


ଘୁଞ୍ଚିଯାଏ ଦ୍ଵନ୍ଦ ହୃଦୟରେ ଯେତେ

ରାତି ହସେ ଦିନ ଆଲୋକରେ ସତେ

ସମ୍ମୋହିତ ହୁଏ ମୋହନ ବଂଶୀର

ତୁମେ ଯେବେ ରଖ ପାଦ ମୋ ଦୁଆରେ।। 


ଲିଭିଯାଏ ଯେତେ ଅଶାନ୍ତି ଅନଳ

ବହି ଆସେ କାହୁଁ ଶୀତଳ ଅନିଳ

ସଞ୍ଜ ନଇଁ ଆସେ ତପ୍ତ ମଧ୍ୟାହ୍ନରେ

ତୁମେ ଯେବେ ରଖ ପାଦ ମୋ ଦୁଆରେ।।

         

ଆଳସ୍ୟର ଦୀର୍ଘ ନିଦ୍ରା ଭାଙ୍ଗିଯାଏ

ପ୍ରୀତିର ଚାଞ୍ଚଲ୍ୟ ହୃଦେ ଶୋଭାପାଏ

ପୁଷ୍ପଗୁଛ ଧରି ଫଗୁଣ ଆସେରେ

ତୁମେ ଯେବେ ରଖ ପାଦ ମୋ ଦୁଆରେ।।


ଯୋଡ଼ି ହୋଇଯାଏ ବିଛୁରିତ ସ୍ୱପ୍ନ

ହୃଦ ସରସୀରେ ନବ ଆଶା ପଦ୍ମ

ଝୁମିଉଠେ ମନ ନବ ଶିହରଣେ

ତୁମେ ଯେବେ ରଖ ପାଦ ମୋ ଦୁଆରେ।।


ବହୁ ଦିନୁ ହଜିଥିବା ଚାବି ମିଳେ

ଜୀବନ ଭଣ୍ଡାର ଘର ତାଲା ଖୋଲେ

ନବ ଜୀବନର ସନ୍ଧାନ ମିଳେ

ତୁମେ ଯେବେ ରଖ ପାଦ ମୋ ଦୁଆରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract