ତୁମେ ଯେବେ ଆସ --
ତୁମେ ଯେବେ ଆସ --
ତୁମେ ଯେବେ ଆସ
ନିରୋଳା ରାତିରେ।
ପାଦ ଚିପି ଚିପି
ଏକା ନିଃସଙ୍ଗରେ।।
ପାଦର ପାଉଁଜି
ରୁଣୁ ଝୁଣୁ ସୁରେ ।
ନିଦ ଭାଙ୍ଗି ଯାଏ
ସପନ ଶେଜରେ।।
ଲାଜେଇ ଲାଜେଇ
ଲୁଚି ଯାଅ କାହିଁ ।
ଖୋଜେ ମୁଁ ତୁମକୁ
ହତାଶ ମନରେ ।।
କିଏ ତୁମେ କୁହ ଥରେ?(0)
ଅତୀତକୁ ତୁମ ଛାତିରେ ସାଇତି ।
ଓଠେ ଲେଖି ଯେତେ ପ୍ରଣୟର ଗୀତି।।
ଆଗାମୀ ଯୁଗର ସ୍ୱପ୍ନ ଭରା ମନେ ।
ଆସୁଛ କି ସବୁ କହିବ ଗୋପନେ ।।
ନୟନରେ ମାଖି କାଉଁରୀ କଜଳ ।
ଚାଲିରେ ଫୁଟଇ ଫୁଲ ଶତଦଳ।।
ତୁମ ରୂପ ମନ ଚୋରୀ କରେ...
କିଏ ତୁମେ କୁହ ଥରେ ?(୧)
ତୁମେ ହେଇ ପାର ସ୍ୱପ୍ନ ଏ ମନର ।
ନାୟିକା ବି ତୁମେ ଶାୟିକା ହୃଦର।।
ହେଇପାର ମୋର ମନର ଗୋଲାପ।
ନିରୋଳା ରାତିର ପ୍ରୀତିର ଆଳାପ।।
ଜୋଛନାକୁ ମାଖି ଦେହରେ ତୁମରି ।
ତାରା ଫୁଲେ ସଜା ତୁମରି କବରୀ ।।
ମିଠା ହସ ଓଠେ ତୁମ ଧାରେ...
କିଏ ତୁମେ କୁହ ଥରେ ?(୨)