STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ତ ଦେଉଛ

ତୁମେ ତ ଦେଉଛ

1 min
407

ତୁମେ ତ ଦେଇଛ ମୋ ମୁଖରେ ଭାଷା ପାଦରେ ଚାଲିବା ଶକ୍ତି ତୁମ ପାଇଁ ଆଜି ମୋର ପରିଚୟ ତୁମଠିି ମୋହର ଭକ୍ତି। କରମ ଜଞ୍ଜାଳ ଭୁଲାଇ ଦେଉଛି ତୁମ କଥା ଭାବିବାକୁ ମିଛ ମାୟା ଜାଲ ଜଡାଇ ରଖିଛି ତୁମ ନାମ ଚିନ୍ତିବାକୁ। ଯେଉଁଠି ଦେଖଇ ତୁମ ପ୍ରତି ଛବି ଭାସି ଆସଇ ନୟନେ ଜଗନ୍ନାଥ ସ୍ଵାମୀ ଜଗତର ସ୍ଵାମୀ ସାଥୀ ଜନମେ ମରଣେ। ତୁମେ ମୋର ଶାନ୍ତି ତୁମେ ମୋର କାନ୍ତି ତୁମେ ତ ପରାଣ ଧନ ତୁମ ବିନା ନାଥ ଅସାର ଲାଗଇ ଯାହା ଥାଉ ମୋର ମାନ। ସବୁରି ଦୃଦୟେ ତୁମେ ହିଁ ଦେବତା ସୃଷ୍ଟି ତୁମ ଅନୁପମ ଜଗତ କଲ୍ୟାଣ ସାଧିବ ହେ ନାଥ ମୋହର ପ୍ରଣତି ଘେନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action