STORYMIRROR

Bijay Prusty

Romance

4  

Bijay Prusty

Romance

ତୁମେ ସଖୀ ତୁମେ କବିତା

ତୁମେ ସଖୀ ତୁମେ କବିତା

1 min
238

ହୃଦୟର ଯେତେ ଭଲ ପାଇବା ମୁଁ

ସମର୍ପି ଦେଇଛି ତୁମକୁ ସଖୀ

ତୁମପାଇଁ ମୋର ହସ ହସ ମୁହଁ

ସପନରେ ମୋର ଭରିଛି ଆଖି


ତୁମେ ସଖୀ ଏକ ପ୍ରୀତିଭରା ଗୀତ

ସରଗ ଭୂବନ ଚମକ ତୁମେ

ତୁମପାଇଁ ଅବା କି ସ୍ୱର ମୁଁ ଦେବି

ତୁମ ପ୍ରେମେ ମୋର ମରମ ଝୁମେ


ପ୍ରେମ ମନ୍ଦାକିନୀ ବୁହାଇ ଦେଇଛି

ତୁମ ପାଇଁ ସଖୀ ହୃଦୟେ ମୋର

ଜହ୍ନ ଉଇଁନାହିଁ କୁମୁଦିନୀ କାନ୍ଦେ 

ମୋ କାନରେ ପଡେ ହସ ତୁମର


ଅନ୍ଧାର ରାତିର ଅନ୍ଧାରୀ ସପନ

ପୁଲକିତ ହେଲେ ମନଟି ମୋର

କବିତାରେ ମୋର ସ୍ୱର ଦିଅ ତୁମେ

ଉଚ୍ଚାଟିତ ମନ ହୁଅଇ ସ୍ଥିର


ତୁମରି ପ୍ରେମରେ ହଜିଛି ମୁଁ ସଖୀ

ତୁମ ଛଡା ଆଉ ଦିଶେନି କିଛି

ନିର୍ମଳ ଆକାଶେ ଜହ୍ନଟିଏ ତୁମେ

ଜୋଛନା ଦେହରେ ଲେଖିବ ଚିଠି


ତୁମ ଭାବନାରେ କବିତା ଉଛୁଳେ

କବିତା ଭିତରେ ତୁମେ ହିଁ ଥାଅ

ତୁମେ ସଖୀମୋର ତୁମେ ହିଁ କବିତା

ତୁମକୁ ଛାଡି ମୁଁ କିଛିବି ନୁହଁ

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance