STORYMIRROR

Satyabati Swain

Romance

3  

Satyabati Swain

Romance

ତୁମେ ଓ ମୁଁ

ତୁମେ ଓ ମୁଁ

1 min
143

ତୁମେ ଆଞ୍ଜୁଳାଏ ନୀଳତୃଷ୍ଣା

ମୁଁ ମରୁଭୂମି ପଥିକ

ତୁମେ ନୀଳ ସମ୍ମୋହନ ନାୟିକା

ମୁଁ ବିଦଗ୍ଧ ଏକ ନାୟକ


ତୁମେ ଇର୍ଷା କବରିର ବାସ୍ନା

ମୁଁ ଅକାଶ ଆଖିର ଲୁହ

ତୁମର ବୟସ ଇନ୍ଦ୍ରଧନୁ ମୋହ 

ମୁଁ ଉଜାଣି ପ୍ରେମର ସୁଅ।


ତୁମେ ନାଲି ଲଙ୍କା ରାଗ

ମୁଁ ମଟନ୍ ଝୋଳ

ତୁମେ ସଜଡ଼ା ପ୍ଲେଟ ଖାଦ୍ୟ

ମୁଁ ପାଣି ଗ୍ଲାସ ତୁମର।


ତୁମେ ଗହମ ନିଦର ସ୍ୱପ୍ନ

ମୁଁ ସ୍ୱପ୍ନର ରାଜକୁମାର

ତୁମେ ମିଠା ମିଠା ଗଳ୍ପ ଏକ

ମୁଁ ପ୍ରେମର ଏକ ଗଜଲ।



Rate this content
Log in

Similar oriya poem from Romance