ତୁମେ ନାରୀ ନୁହେଁ ଦେବୀ
ତୁମେ ନାରୀ ନୁହେଁ ଦେବୀ
ହେ ଦେବୀ
ତୁମେ ଆଉ ମନ୍ଦିରରେ ବସି ଲୁଚନା
ଯୁଗ ପରେ ଯୁଗ ବସି ଶୋଷଣ ଦେଖିଲ
ଏକା ଏକା ବସି ପଥର ସାଜିଲ
ତୁମେ ଆଉ ଭକ୍ତ ର ପୂଜା ପାଅନା ।
ହେ ଦେବୀ
ତୁମେ ଥାଉ ଥାଉ ଏ ଦେଶର ନାରୀ
ବଳ ବୁଦ୍ଧି ଥାଇ ଏତେ ହେଲା ସରି
ବଳାତ୍କାର ଦେଖି ବଢିଲା ବେମାରୀ
ନାରୀର ନର ହୋଇଛି ବଇରି ।
ହେ ଦେବୀ
ଦିଅ ତୁମ ପ୍ରତିଟି ରୂପ ନାରୀକୁ
ବାଧ୍ୟ ହୁଅନ୍ତୁ ସର୍ବେ ପୂଜନ୍ତୁ ନାରୀଙ୍କୁ
ନତୁବା ତପସ୍ୱୀ କର ପୁରୁଷଙ୍କୁ
ଦୃଶ୍ୟ ବାଧିତ କର ପ୍ରତି ପୁରୁଷଙ୍କୁ ।
ହେ ଦେବୀ
ଦୁଇ ଫାଳ କର ପୃଥିବୀର
ଏ ଫାଳରେ ନାରୀ ଅନ୍ୟ ଫାଳରେ ନର
ଯୋଡ଼ି ନ ରହୁ କାରଣ ଏ ବୃଦ୍ଧି ବଂଶର
ଇନ୍ଦ୍ରିୟ ଶକ୍ତି କ୍ଷଣ ହେଉ ନର ଆଉ ନାରୀଙ୍କର ।
ହେ ଦେବୀ
ତ୍ରିଶୂଳ ଦିଅ କି ଖଣ୍ଡା ଦିଅ ତୁମର
ଆଗ ପଛେ ରୁହ ପ୍ରତିଟି ନାରୀ ର
ଶକ୍ତି ଦିଅ , ଦିଅ ହେ ବଳ ତୁମର
ପାପୀ ମୁକ୍ତ କରୁ , ମର୍ଯ୍ୟାଦା ରଖୁ ହେ ତୁମର ।
ହେ ଦେବୀ
କିପରି ଚିହ୍ନିବ ନାରୀ ତା'ର ଭିତର ନିଜକୁ
ଅନ୍ତର ନିହିତ ତାହାର ନିଜର ଗୁଣ ଆଉ ଶକ୍ତିକୁ
ବିଶ୍ୱାସ ବଢ଼ିବ ପରଖିବ ତା'ର ସିଦ୍ଧି ଆଉ ସ୍ଥିତିକୁ
ରକ୍ଷା କରିବ ନିଜକୁ, ମାରିବ ପାପୀକୁ ।
