STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ମୋ ଜୀବନ ନଈ

ତୁମେ ମୋ ଜୀବନ ନଈ

1 min
21


ମୋ ଜୀବନ ନଈ ଉଛୁଳି ପଡ଼ଇ

    ସୁଖ ଦୁଃଖ ଦୁଇ ଧାର

କେତେ ବେଳେ ଆସେ କିଏ କାହା ପରେ

    ପ୍ରଭୁ ଯାର ନିଜେ ଡୋର।

ତାଙ୍କରି ସୃଷ୍ଟିକୁ ପାଳନ ଭିତରେ

    ପ୍ରାଣୀ ଭୁଞ୍ଜେ କର୍ମ ଫଳ

ସେହି କର୍ମ ଫଳ ଅରପି ଦେଇ ମୁଁ

    ଯୁଟାଏ ମନର ବଳ।

ମନ ଓ ଶରୀରେ ଶକତି ଦିଅ ହେ

     ଅନ୍ତର୍ଜାମି ଜଗନ୍ନାଥ

ତୁମେ ହିଁ ମୁକତି ପାପ ବିନାଶକ

     ତୁମ ବିନା ନାହିଁ ପଥ।

ଅଳିକ ସପନ ଦେଖିବି କାହିଁକି

      ଲୋଡା ନାହିଁ ଅଭିମାନ

ତୁମ ଚକା ଆଖି ଚାହିଁ ଦେଲେ ଥରେ

     ଅଭିଳାଷ ହୁଏ ପୂର୍ଣ୍ଣ।

ସମସ୍ତଙ୍କ ପ୍ରତି ସଦୟ ହୁଅ ହେ

    ସୁଖେ ଯାଉ ଦିନ ମାନ

ସାରା ଜୀବନ ଯେ ବନ୍ଧା ପଡ଼ିଅଛି

    ତୁମ ଲୀଳା ତୁମ ଦାନ।


Rate this content
Log in

Similar oriya poem from Action