Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others

4  

Bidutprabha Mishra

Inspirational Others

ତୁମେ ମୋ ଆଖିରସ୍ବପ୍ନ

ତୁମେ ମୋ ଆଖିରସ୍ବପ୍ନ

1 min
369



ତୁମେ ମୋ ନୟନର ସତ ସପନ

ଆହେ ମୋର ନୀଳମଣି,

ଜୀବନ ଘାଟରେ କରିଛି ଅପେକ୍ଷା

ମୁଁ ତୁମ ପ୍ରେମ ବାୟାଣୀ ।


ହୃଦୟ କନ୍ଦରୁ ବଇଁଶୀର ସ୍ୱର

ନିତି ମୋତେ ଶୁଭୁଥାଏ,

କି ମାୟା କରିଛ ଗୋକୁଳ ଚନ୍ଦ୍ର ହେ

ତୁମ ରୂପ ଦିଶିଯାଏ ।


ନୀଳ ଦେହେ ତୁମେ ପାଟ ପିତାମ୍ବରୀ

କିସୁନ୍ଦର ଶୋଭାପାଏ,

ମସ୍ତକରେ ତୁମ ମୟୂର ପୁଚ୍ଛଟି 

ଧୀରେ ଧୀରେ ହଲୁଥାଏ ।


ଅଧର ରେ ତୁମ ମନ୍ଦ ମନ୍ଦ ହସ.

ଗଳାରେ କୌସ୍ତୁଭ ଶୋହେ,

ନୁହେଁ ମୀରା ଅବା ରାଧା ମୁହିଁ କାହ୍ନୁ 

ମରତର ନାରୀଟିଏ ।


ଆଖିରେ ତୁମର ମଧୁର ଚାହାଣୀ

ଚୋରାଇ ନିଅଇ ମନ,

ହେ ରାଧା ମାଧବ କୃଷ୍ଣ କେଶବ

ତୁମେହିଁ ମୋର ସପନ ।


ସଜା ଇଛି ବସିଛି କୁଞ୍ଜବନ.ମୁହିଁ

ଆସିବ ଦିନେନା ଦିନେ,

ହାତ ଧରି ମୋର ନେଇଯିବ ତୁମେ

ଓଁକାର ଧ୍ୱନିର ତାନେ ।


ଆତ୍ମା ସହ ପରମାତ୍ମା ମିଶିଯିବ

ଘଟ ହୋଇଯିବ ଶୂନ୍ୟ,

ତୁମେ ମୋ ଜୀବନ ତୁମେ ମୋ ସପନ

ଲୋଡ଼ା ନାହିଁ କିଛି ଆନ ।



Rate this content
Log in

Similar oriya poem from Inspirational