STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ତୁମେ ମନେପଡ

ତୁମେ ମନେପଡ

1 min
14.5K


ରାତି ହଜାଏ ନିଦ

ନିଦ ହଜିଲେ ତମେ ମନେ ପଡ ବେଶି

ମନେ ପଡେନି ସକାଳୁ ଉଠି

ବାନ୍ଧିବାକୁ ହେବ ଦରପାଚିଲା ମୁକୁଳା କେଶ

ସଜାଡିବାକୁ ହେବ

ସ୍ମୃତିରେ ବୋଳିଥିବା ନାଲି, ନେଳି ଇନ୍ଦ୍ରଧନୁ ବେଶ

ଧାଇଁବାକୁ ହେବ ଚିରାଚରିତ ଢଙ୍ଗରେ

ଜୀବନକୁ କାନ୍ଧରେ ବେତାଳ କରି ପୁଣି ଥରେ

ପିଇବାକୁ ହେବ ଛାତି କୋରଡରୁ ଉତୁରି ନଥିବା

ତତଲା ଲୁହର ଛନ୍ଦ ।

ରାତି ହଜାଏ ନିଦ

ନିଦ ହଜିଲେ, ସତରେ.. ତୁମେ ମନେ ପଡ

ଖୁବ୍ ବେଶୀ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance