STORYMIRROR

Mahesweta Panigrahi

Romance

3  

Mahesweta Panigrahi

Romance

ତୁମେ ହିଁ ସତ

ତୁମେ ହିଁ ସତ

1 min
190

ଘାତ ପ୍ରତିଘାତ ଅନେକ ଜୀବନେ

ଅନେକ ଯେ ଝଡ ଝଞ୍ଜା,

ତଥାପି ନିବିଡ ସମ୍ପର୍କ ଆମର

ଯେମିତି ହୋଇଛି ଖଞ୍ଜା,

ସତେକି ଯେପରି କଣ୍ଟା ଦେହ ଧରି

ମୁହେଁ ଧରି ସ୍ମିତ ହସ,

ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲଟି

କରୁଛି ଆମକୁ ବଶ।

କି ଦେବି ପ୍ରସ୍ତାବ ତୁମକୁ ହେ ପ୍ରିୟ

ଗୋଲାପ ଧରିଣ ହାତେ,

ଜୀବ ଥିବା ଯାଏଁ ଜୀବନ ରେ ଥିବ

ପ୍ରାଣ ଠୁଁ ଅଧିକା ସତେ।

ପ୍ରେମ କି ପୀରତି ବୁଝେ ନାହିଁ ଇତି

ତୁମ ଥିଲେ ପାଶେ ମିତ,

ଉଆଁସ ପୁନେଇ କିବା ଦିନ ରାତି

ସବୁ ମିଛ ତୁମେ ସତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance