STORYMIRROR

Goutam Mohanty

Romance

3  

Goutam Mohanty

Romance

ତୁମେ ଗଲା ପରେ

ତୁମେ ଗଲା ପରେ

1 min
363


ତୁମେ ଗଲା ପରେ ପ୍ରିୟା ମୋ ଛାତିରେ 

ଯାତନା ତୋଳିଛି ଘର ,

ଝର ଝର ହୋଇ ରକତ ଝରୁଛି

ତୁମ ପାଇଁ ବାରବାର ॥


ଶୋଇଲା ଶେଯରେ ମିଠା ସପନରେ 

ଶୁଭେ ପାଉଁଜିର ସ୍ୱର ,

ଦେଖି ମୁଁ ପାରେନା ରହି ମୁଁ ପାରେନା 

ଭାଙ୍ଗି ଯାଏ ନିଦ ମୋର ॥


ନିରୋଳାରେ ବସି ଭାବେ ଯେବେ ପ୍ରିୟା 

ତୁମରି ଛବିକୁ ଥରେ ,

ସତରେ ଆସନା ମୋ ହାତ ଧରନା 

ଦୁଃଖରେ ନିତି ମୁଁ ମରେ ॥


ଜଳେ ଓ ତରଳେ ତୁମ ପାଇଁ ବୋଲି

କାହାକୁ ପାରେନା କହି,

ହୃଦୟେ ରଖି ମୁଁ ସବୁ ତକ କଥା 

ମରି ମରି ଯାଏ ଜିଇଁ ॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance