ତୁମେ ଛାଡି ଗଲା ପରେ
ତୁମେ ଛାଡି ଗଲା ପରେ


ମନ କାନ୍ଦେ ଆଜି ପ୍ରାଣ କାନ୍ଦେ ଆଜି
ଏ ମନ ତୁମକୁ ଝୁରେ
ତୁମ ହାତ ବୋଳା ସ୍ନେହ ମମତାକୁ
ଦେବାକୁ କେ ନାହିଁ ଥରେ।
କପଟୀ ସଂସାର ଲାଗେ ବଡ଼ ଡର
ତୁମେ ଛାଡି ଗଲା ପରେ।
ଜାଗା କଳିଆର ଭାଇ ଭଗ୍ନୀ ପ୍ରୀତି
ତା ଠାରୁ ଆହୁରି ସ୍ନେହ
ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲ
ଭରିଥିଲ ହୃଦେ ମୋହ।
ଅଧା ବାଟେ କିଆଁ ଆଜି ଚାଲିଗଲ
ଦିବା ନିଶି ଭାବି ସରେ।
ତୁମେ....….
ନିଃସ୍ୱାର୍ଥପରରେ ମମତା ଡୋରରେ
ନିବିଡ଼ରେ ବାନ୍ଧିଥିଲ
ଦୁଃଖରେ ଆଉଁସି ସୁଖରେ ଯେ ହସି
ଜୀବନକୁ ଗଢ଼ିଥିଲ।
ପୁଣି କେଉଁ ଦୋଷ ଚାଲିଗଲଋଷି
ଲୋତକରେ ଆଖି ଭରେ।
ତୁମେ.….....
ସବୁ ପଥ ଆଜି ଲାଗେ କଣ୍ଟକିତ
ମନେ ପଡ ତୁମେ ବେଶୀ
ତୁମ ଶୂନ୍ୟସ୍ଥାନ ଭାଙ୍ଗି ଦିଏ ମନ
ଲିଭି ଯାଏ ସବୁ ଖୁସି।
ମମତାର ବୋଳା ହାତକୁ ତୁମର
ଥୋଇବ କି ଆସି ଥରେ।
ତୁମେ.........
ନୟନ ର ଲୁହ ହୃଦୟ ର କୋହ
ତୁମକୁ ନିଇତି ଖୋଜି
କେଉଁ ଶୂନ୍ୟ ପଥେ ଚାଲିଗଲରଥେ
ନିମିଷକେ ଗଲ ହଜି।
ଏ ମନ ଖୋଜୁଛି ଲହୁ ଲୁହ ଢ଼ାଳି
ଜୀଇଁ ଥାଉ ଥାଉ ମରେ।
ତୁମେ ଛାଡି ଗଲା ପରେ।