ତୁମେ ଅଛ ବୋଲି
ତୁମେ ଅଛ ବୋଲି
ତୁମେ ଅଛ ବୋଲି ମୋ ସ୍ଥିତି ରହିଛି
କ୍ଷୟଶୀଳ ସମାଜରେ
ତୁମେ ମୋ ଭାବନା ତୁମେ ମୋ କାମନା
ମୋ ନିଃଶ୍ବାସ ପ୍ରଶ୍ୱାସରେ।
ତୁମ ବିନା ମୋର କର୍ମ ବି ଅଧୁରା
ପଥ ଦିଶେ କଣ୍ଟକିତ
ତୁମେ ମୋର ବନ୍ଧୁ ପରମ ଈଶ୍ଵର
ତୁମ ନାମ କରେ ଶାନ୍ତ।
ତୁମେ ଅଟ ସତ୍ୟ ତୁମେ ପରା ଧର୍ମ
ଆନନ୍ଦର ଗନ୍ତାଘର
ଅଧର୍ମର କେବେ ଜୟ ହୁଏ ନାହିଁ
ତୁମେ ଏକା ସତ୍ୟ ସାର।
ଜନମ ଜନମସାଥୀ ଟିଏ ତୁମେ
ମରଣ କାଳରେ ହରି
ତୁମ ନାମ ମୋର ଜପାମାଳି ହେଉ
ନଯାଉ ମନୁଁ ପାଶୋରି।
ମୋ ମନେ ନଆସୁ ଗର୍ବ ଅହଙ୍କାର
ବିନମ୍ବ୍ରତା ଦିଅ ଭରି
ଏଇ ଭିକ୍ଷା ମାଗେ ତୁମ ଶ୍ରୀ ଚରଣେ
ଆହେ ନୀଳାଦ୍ରି ବିହାରୀ।
