STORYMIRROR

BAIRAGI CHARAN SAHOO

Classics Inspirational

4  

BAIRAGI CHARAN SAHOO

Classics Inspirational

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
456


ଏମିତି ତ ତୁମେ ବ୍ୟସ୍ତ ତୁମର

ଜଞ୍ଜାଳମୟ ସମୟ ସାଗରେ,

ଆଉ ମୁଁ ଖୋଜେ ତୁମକୁ ନିତି

ମୋ ଖିଆଲ ଭାବୁକ ମନରେ

କେବଳ ଖୋଜୁଥାଏ

ଅନେକ ଆଶା ସ୍ମୃତିକୁ ସାଉଁଟେଇ 

ବାଣ୍ଟିଦେବାକୁ ପୁଳାପୁଳା

ସାଇତି ରଖିଥିବା ଏ ଉଦାସ ମନରେ

କିଛି ଅବ୍ୟକ୍ତ ପରିଭାଷା !

ତୁମେ ଆସୁଛ ମଧୁଚନ୍ଦ୍ରିକାର

ଅଭିସାର ନେଇ,

ରାଗିଣିର ମୂର୍ଚ୍ଛନା ବି ଭରୁଛ

ମରୁ ସମ ଏଇ 

ଭଗ୍ନ ପାନ୍ଥଶାଳେ

ପୁଣି ଗ୍ରୀଷ୍ମତାପେ ବିଲୀନ ହୋଇ

ଫେରି ଯାଉଛ ବାଷ୍ପୀଭୂତ ହୋଇ

ଯେଉଁଠୁ ଆସିଥିଲ 

ନୀରବ ଦ୍ରଷ୍ଟାଟି ପରି !

ମୁଁ ଏକ ବତୀଘରଟି ପରି

ସ୍ଥିର ସଂକେତଟି

ପଥ ପଦର୍ଶକ ପରି ଦଣ୍ଡାୟମାନ

କେବେ ବାଟ ଭୁଲି ନଯାଅ

ସଠିକ୍ ପରିଧି କକ୍ଷରୁ

ଜ୍ୟାମିତିକ ଅଙ୍କ ଚେତାଇ ଦେଉଛି

ନିସ୍ବାର୍ଥ ଆଲୋକଟି ପରି

ବହଳ ବହଳ ଅନ୍ଧକାରକୁ

ଦୂରେ ଫିଙ୍ଗିଦେଇ

କାଳ ବତାସି ଝଡର

ତୀବ୍ର ସଂଘର୍ଷରେ !

ଏବେତ, କାଳ ବୈଶାଖୀଟା

ଦାଉ ସାଜିଲାଣି,

ତା ଲେଲିୟାନ ଜିଭଟି

ଖୋଜୁଛି କେବଳ ଧ୍ଵଂସ,ଦହନ

ଅନ୍ତ କରିଦେବ ସବୁ 

ସାଇତା ହୋଇ ଥିବା

ଇପସିତ ଅସ୍ତିତ୍ବ

ମନ ବି ରହିଥିବ କେବଳ

ଚିରନ୍ତନ ସ୍ମୃତି ସ୍ତମ୍ୱଟି ପରି,

ଆଉ ସେଇ ପରିଧିରେ

ମୁଁ ଖୋଜୁଥିବି ତୁମକୁ

ଭେଟି ଦେବା ପାଇଁ ତୁମେ ଆଉ ମୁଁ ର

ସୁଦୀର୍ଘ ସମ୍ପର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics