STORYMIRROR

Shashanka sekhar Ray

Romance

3  

Shashanka sekhar Ray

Romance

ତୁମେ ଆସିଛ ବୋଲି

ତୁମେ ଆସିଛ ବୋଲି

1 min
13.9K


ତୁମେ ଆସିଛ ବୋଲି

ଦେଖ କେମିତି

ଫୁଟିଥିବା କାକରଭିଜା ଗୋଲାପଟି ହସୁଛି

ବାରିପଟ ଘାସ ଗାଲିଚାରେ

ଆନନ୍ଦରେ ଉଡି ଵୁଲୁଛନ୍ତ

ଅସଂଖ୍ୟ ପ୍ରଜାପତି ଆଉ ମହୁମାଛି ।

ତୁମେ ଆସିଛ ଛପିଛପି କୁହୁଡିରେ

ଛନ୍ଦାୟିତ ଦୋଳିରେ

ମଳୟ ସଞ୍ଚାର କରି

ଆଖିରେ ଶୀତୁଆ ନିଦର ଉଷ୍ଣତା ଧରି

ଉତ୍କଣ୍ଠା ଆବେଗର ରୋଷଣୀ ଜାଳି

ମୋ ଦରଦୀ ହୃଦୟର ଇଲାକାକୁ ।

ତୁମେ ଆସିଛ ବୋଲି

ମୁଁ ଭସାଇ ଦେଇଛି ମୋ ଅତୀତକୁ

କାଗଜ ଡଙ୍ଗା କରି

ସ୍ମୃତିର ଗଭୀର ସମୁଦ୍ରକୁ

କେବଳ ତୁମ ପାଇଁ ।

ମୁଁ ଜାଣେ ତୁମେ ନିଶ୍ଚୟ ପାଛୋଟି ନେବ

ମୋ ନିଃସଙ୍ଗତା ବୋଧକୁ ମୋ ଆତ୍ମିୟତାକୁ ।

ତୁମ ମଳୟ ବହିବା ଦିନଠାରୁ

ଏଠି ଅହରହ କଅଁଳିବାରେ ଲାଗିଛନ୍ତି

କଳ୍ପନାର ଦୂବଘାସମାନ

ମୋ ମନର ସାହାରା ମରୁଭୂମିରେ।

କାହିଁକି କେଜାଣି

ତା ବି ମୁଁ ଜାଣେନି

ମୁଁ କିଛି ଚାହେଁନା ତୁମଠାରୁ

ଖାଲି ଏତିକି ଚାହେଁ

ସ୍ନେହ ,ପ୍ରେମ ,ପ୍ରୀତିର

ଶ୍ରାବଣଟିଏ ଭସାଇଦିଅ ତୁମେ

ମୋ ମନ ଆକାଶକୁ

ଯେଉଁ ବର୍ଷାରେ କି

ଧୋଇହୋଇଯିବ ମୋର

ସର୍ଵାଙ୍ଗ ପୁଞ୍ଜିଭୂତ ଦୁଃଖ

ଆଉ ତମାମ କୋହର କାଳିମା ସବୁ ।


ଶଶାଙ୍କ ଶେଖର ରାୟ

ମୋ-7377197999


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance