STORYMIRROR

Ashutosh Swain

Abstract

2  

Ashutosh Swain

Abstract

ତୁମେ ଆକାଶର ଚନ୍ଦ୍ରମା

ତୁମେ ଆକାଶର ଚନ୍ଦ୍ରମା

1 min
402

ତୁମେ ଆକାଶର ଚନ୍ଦ୍ରମା

ଯାହାକୁ ମୁଁ କେବେ ପାଇବିନି ଜାଣେ

କିନ୍ତୁ ଦୂର ରୁ ଦେଖିବାର 

ଗୋଟିଏ ମଉକା ଛାଡିବାକୁ ଚାହେଁନା

ତାରା ରାଇଜ ରେ ଅସଂଖ୍ୟ ତାରା ପୁଂଜି

ତଥାପି ଆଖି ଲାଖେ 

ସେହି ଚନ୍ଦ୍ରମା ଠାରେ

କାରଣ ସେ କୋଟିଏ ରେ ଗୋଟିଏ

ତୁମେ ସେପରି

ଚନ୍ଦ୍ର ପରି କୋମଳ ଆଉ ଶୀତଳ

ସୁନ୍ଦରତା ର ନାହିଁ ପଟାନ୍ତର

କାରଣ ତୁମେ ତ ମୋ ପୂର୍ଣ୍ଣମୀ ର ଜହ୍ନ

ସତେ କି ସୁନ୍ଦର 

ମନରେ ଇଛା ଚନ୍ଦ୍ରକୁ ଯାଆନ୍ତିନି

କିନ୍ତୁ ନାନା ଆଶଙ୍କା

ମୋ ପାଇଁ ମୋ ଚନ୍ଦ୍ର ରେ

କଳଙ୍କ ଲାଗିଯିବନି ତଃ

ତୁମ ପାଖେ ବିକଲ୍ପ ଥାଇପାରେ

ମାତ୍ର ମୋ ପାଇଁ

ଗୋଟିଏ ତ ଶଶୀ

ପୂର୍ଣ୍ଣମୀ ରେ ହୁଏ ଉତ୍ ଫୁଲ୍ଲ

ମାତ୍ର ଡର

ଏ ଦିନ ରହିବନି

ଅମାବାସ୍ଯା ର ଅନ୍ଧକାର 

ପଲକେ ନାଚେ

ହେ ଚନ୍ଦ୍ରମା

ତୁମେ କ'ଣ 

ସ୍ଥିର ହୋଇ ପାରିବନି

ସବୁ ରାତି କ'ଣ ପୂର୍ଣ୍ଣମୀ ହୋଇପାରିବନି

ଉତ୍ତର ରେ ନା

ମତେ ଯିବାକୁ ପଡିବ

ଏ ତ ସଂସାର ର ନିୟମ

ଜନ୍ମ ଅଛି ତ ମୃତ୍ୟୁ ନିଶ୍ଚିନ୍ତ,

ଆଉ ସ୍ୱାଗତ ଅଛି ତ ବିଦାୟ ଅନିର୍ବାଯ୍ୟ

ତଥାପି ତୁମ ସ୍ଥାନ ଅପୂରଣୀୟ

ତୁମେ ମୋ ଆକାଶ ର ଚନ୍ଦ୍ରମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract