STORYMIRROR

Kulamani Sarangi

Abstract

3  

Kulamani Sarangi

Abstract

ତୁମ୍ଭ ନୂତନ ସୃଷ୍ଟିରେ

ତୁମ୍ଭ ନୂତନ ସୃଷ୍ଟିରେ

1 min
11.9K

ପ୍ରଳୟ ଜଳରେ ପ୍ରଭବ ନାବରେ,

ତୁମେ ଯେବେ ଥିବ ବସି,

ନେବ ମୋତେ ସଙ୍ଗେ,

ସର୍ଜନାର ସୁର ବାଉଥିବ ତୁମ ବଂଶୀ,

ସୃଷ୍ଟିର ଶ୍ରେଷ୍ଠ ବିଭୂତି,

ଥିବେ ସେ ନାବରେ,

ବାହୁଥିବ ଧୀରେ ହେ ନୂତନ ସୃଷ୍ଟିନ୍ୱେଷୀ !

ଘୋର ହାହାକାରେ,

ତୁମେ ବସି ଧୀରେ ନିଜ ସୃଷ୍ଟି କଳ୍ପନାର ସପନେ ବିଭୋର,

ହୋଇ ଆଙ୍କୁଥିବ ଆହେ ବିଶ୍ଵ କଳାକାର !

ନୂତନତା ସୁଗନ୍ଧରେ,

ପୂରି ଉଠୁଥିବ ସେ ଅଜଣା ଦ୍ୱୀପ ଆଗମନୀ ଅପେକ୍ଷାରେ।

ମଣିଷକୁ ତୁମେ କିପରି ଗଢିବ ଦେବ କେଉଁ ନୂତନତା,

ନୂତନ ସୃଷ୍ଟିରେ ସତେ କି ତା ଶୀରେ,

ଦେବ ଶ୍ରେଷ୍ଠ ଜୀବ ସତ୍ତା !!

ଶ୍ୱାନକୁ ହେ ସୃଷ୍ଟିକାର,

ନଦେବ କାହିଁକି ଶ୍ରେଷ୍ଠ ବୁଦ୍ଧିମତା ଗଢି ନୂତନ ସଂସାର ?

ପାଗଳା ହାତରେ ନିଆଁର ଖପରା ଧରାଇ ଦେଖିଲ ପରା,

ତୁମକୁ ଅବଜ୍ଞା କରି ଭସ୍ମାସୁର ଧ୍ୱଂସ କଲା ସୃଷ୍ଟି ସାରା,

କାମ,କ୍ରୋଧ,ଲୋଭ ମୋହ ଗର୍ବ ଅସୂୟାରେ ମଜ୍ଜି

ଶ୍ରେଷ୍ଠ ଜୀବ ତୁମ୍ଭ ପାଶେ କଲା ଦ୍ରୋହ।

ତୁମ୍ଭ ପଦପ୍ରାନ୍ତେ ଥିବି ଯେବେ ମୋତେ,

ତୁମ୍ଭ ନୂତନ ସୃଷ୍ଟିରେ,

ପଥପ୍ରାନ୍ତ ବୃକ୍ଷ କରିଦେବ,

ଛାୟା ବାଣ୍ଟୁଥିବି ଧରଣୀରେ,

ସୁମଧୁର ଫଳ ଦେବ ସେ ଫଳ ଭିତରେ ଶାନ୍ତି, ତୃପ୍ତି, ଅନସୂୟା ଭରି ରହିଥିବ।

ନ ଚାହେଁ ହେବାକୁ ଶ୍ରେଷ୍ଠ ପ୍ରାଣୀତୁମ୍ଭ ସତ୍ତା ଅବିଶ୍ବାସ କରି,

ସ୍ବାର୍ଥର ଦୁର୍ଦ୍ଦମ ଅଶ୍ବରେ ବସି ସୃଷ୍ଟିକୁ ଦେବାକୁ ମାରି,

କର ଫୁଲଟିଏ ମୋତେ,

ସୃଷ୍ଟିରେ ସୁରଭି ବିରତି ମୁଁ ଝରି ଯାଏ ତୁମ ପଦପ୍ରାନ୍ତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract