Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Romance

4.5  

Kalpana Kumari Pradhan

Romance

ତୁମ ସଙ୍ଗେ ବେଳାଭୂମି

ତୁମ ସଙ୍ଗେ ବେଳାଭୂମି

1 min
327


ସୁଦୀର୍ଘ ବେଳାଭୂମି ରହି ଅଛି ଚାହିଁ

    ଶତଶତ ଆଗନ୍ତୁକ ଙ୍କୁ ସ୍ୱାଗତ ଜଣାଇ l


ବାଲୁକାମୟ ତଟେ ପାଦ ଥାପି ଧୀରେ

    ହାତରେ ହାତ ଛନ୍ଦି ଗମେ  ସଧିରେ l


ତନୁ ମନ ପୁଲକିତ ଶୀତଳ ସମୀରଣେ

    ଶିହରଣ ଭରେ ପ୍ରାଣ ମୃଦୁ କମ୍ପନେ l


ତରଙ୍ଗିତ ଜଳରାଶି ପଦ ଯାଏ ଛୁଇଁ

    ସତେକି ସମ୍ମାନ ଜଣାଏ ଚରଣକୁ ଧୋଇ l


  ଯୁବା ଯୁବ ବାଳୁତ ତାରି କୋଳରେ

     କ୍ରୀଡାରେ ମଗନ ସକଳ ସାଥୀ ମେଳେ l


ନେତ୍ରମୋର ତୋର ଶେଷ ନପାରଇ ଖୋଜି

      ତୋର ସୀମା ସତେଅବା ଗଗନ ଛୁଇଁଚି ।


ତୋପରି ଗଭୀର ସତେକି ମୋପ୍ରିୟ ପ୍ରେମ

     ହୃଦୟ ବେଳାଭୂମିରେ ଲେଖା ତାଙ୍କ ନାମ l


ଶବ୍ଦରେ  ବର୍ଣ୍ଣିବା ସେପ୍ରେମ ନୁହେଁ ସମ୍ଭବ

    ପାରାବାରେ କେତେ ଢେଉ କେ ଗଣିପାରିବ l


କ୍ଷଣେ ତୋତେ ନୟନେ ଦେଖି ନଭରେଅନ୍ତର

    ନିକଟରୁ ସଂଦର୍ଶନ ଆସେ ବସିଲୁ ତୋତୀରେ l


ପ୍ରିୟତମ ଥିଲେ ମୋର ଅତି ନିକଟରେ

    ପ୍ରଶାନ୍ତେ ବଦନେ ଲୋଟିପଡେ ତାଙ୍କରି ବକ୍ଷରେ l


 ଅଭୁଲା ଆନନ୍ଦ ବୁଣେ ଜୀବନ ପୃଷ୍ଠାରେ

    ଡୁବିଛି ହୃଦୟ ପ୍ରେମର ଅଗାଧ ସାଗରେ l


Rate this content
Log in