STORYMIRROR

Panchanan Jena

Romance

3  

Panchanan Jena

Romance

ତୁମ ସାଥେ

ତୁମ ସାଥେ

1 min
189


ତମେ ମୋର 

ଚିତ୍ରିତ ଭାବନାର ଗନ୍ତାଘର

ବିଚିତ୍ର ଭାବାନ୍ତର କାଳାନ୍ତର


ତୁମକୁ ଜୟ କରି 

ହେବି ମୁଁ ଅଜର ଅମର ।୧


ତମେ ମୋର 

କଳ୍ପନା ଚକ୍ଷୁରେ ରତିଶ୍ଵରୀ

ବହୁରଙ୍ଗୀ କାମେଶ୍ଵରୀ


ତୁମକୁ ଭୋଗ କରି

ହେବି ମୁଁ ବିଜୟୀ କାମେଶ୍ଵର ।୨


ତମେ ମୋର

ଶବ୍ଦ ସ୍ଫୁଲିଙ୍ଗରେ ଢଗ ଢମାଳୀରେ

ରସାଣିତ ରାଣୀ ମଲ୍ଲିକା


ତୁମକୁ ଚୁମା ଦେଇ

ହେବି ମୁଁ ସୌଦାଗର ଦିଲ୍ଲୀକା ।୩


ତମେ ମୋର

ବାତାୟନ ପଥେ ପ୍ରସୁନବଦନା

ଜ୍ୟୋତ୍ସ୍ନାବିଧୌତ ପରୀ


ତୁମକୁ ଗେଲ କରି

ହେବି ମୁଁ ରଜନୀ ରଞ୍ଜନ ସୌରୀ ।୪


ତମେ ମୋର 

ଚନ୍ଦନ ଚର୍ଚ୍ଚିତ ଅର୍ଚ୍ଚିତ

ମଧୁମାସ ଫୁଲ ସବାରୀ


ତୁମ ସାଥେ ରହି

ହେବି ମୁଁ ଋତୁରାଜ ସୁରୀ ।୫


ତମେ ମୋର 

ଚାରୁଶୀଳା ଶାଳଭଞ୍ଜିକା

ଲଜ୍ୟାଶିଳା ରମ୍ୟାନାୟିକା


ତୁମ ପାଶେ ଶୋଇ

ନେବି ମୁଁ ଶତ ଜନକ ଟିକା ।୬


ତମେ ମୋର

ଆଲୁଳାୟିତ କୁନ୍ତଳା କନକ ଗୋରୀ

ଅନ୍ନପୂର୍ଣ୍ଣା ମହାପାଟଦେଇ ଛୁରୀ


ତୁମ ହାତରନ୍ଧା ଖାଇ

ହେବି ମୁଁ ବୄକୋଦର ବିଜୟ ଧାରୀ ।୭


ତମେ ମୋର

ଫଗୁଣ ଋତୁରେ

ପଲ୍ଲବିତ ମଧୁଚନ୍ଦ୍ରିକା


ତୁମ ସାଥେ ବିହାରି

ହେବି ମୁଁ ପ୍ରେମିକ ପକ୍କା |୮


Rate this content
Log in

Similar oriya poem from Romance