STORYMIRROR

Kiranbala Rath

Romance

4  

Kiranbala Rath

Romance

ତୁମ ସାଥେ ପ୍ରଥମ ଦେଖା

ତୁମ ସାଥେ ପ୍ରଥମ ଦେଖା

1 min
354

ରିମଝିମ୍ ବର୍ଷା ଓଦା ଓଦା ପାଗ

ଖାତିରି ନ ଥିଲା ତିଳେ ,

ବାହାରି ପଡ଼ିଲି ବରଷାରେ ଭିଜି

ତୁମକୁ ଦେଖିବି କାଳେ ।


ପ୍ରଥମ ଦେଖା ରେ ଉତ୍ସାହିତ ମନ

କେମିତି ଯେ ଦିଶୁଥିବ ,

ଓଦା ଓଦା ଏଇ ମେଘ ବରଷାରେ

କେଉଁ ଶାଢ଼ୀ ପିନ୍ଧିଥିବ।


ସମୟ ଆସିଲା ଦୂରତା ସରିଲା

ହୋଇଗଲେ ପାଖାପାଖି

ହସି ଦେଇ ଥରେ ମୁଁ ଦେଖି ଦେଇଛି

ଲାଜରେ ଫେରାଅ ଆଖି ।


ଗଲି ମୁଁ ପାଖକୁ ଥରେ ଛୁଇଁବାକୁ

ଧରିନେଲି ହାତ ତୁମ ,

ବିଶ୍ୱାସ ହେଲାନି ପାଖରେ ମୋର ଅଛ

ଭାବେ ସତ କି ସପନ।


ଭାଷହୀନ ହୋଇ ଦେଖିବାକୁ ଲାଗେ 

ତୁମରି ସୁନ୍ଦର ମୁହଁ ,

ନୀରବତା ଆଜି ଖୋଜିବାକୁ ଲାଗେ

ସେହି କୌତୁହଳ ପ୍ରେମ ।


ସମ୍ପର୍କ ଏମିତି କେତେ ଆସେ କେତେ ଯାଏ

ପୁଣି ଲିଭି ମନୁ ,

ହେଲେ ଏ ସଂପର୍କ ଅମର ରହିଲା

ପ୍ରଥମ ଦେଖାର କ୍ଷଣୁ । 



Rate this content
Log in

Similar oriya poem from Romance