STORYMIRROR

Naheda Shaheen

Romance

3  

Naheda Shaheen

Romance

ତୁମ ପ୍ରେମ

ତୁମ ପ୍ରେମ

1 min
191

ଚିଲିକା ସମ ତୁମ ପ୍ରେମ

ବିସ୍ତୃତ ଓ ଗଭୀର

ଶାନ୍ତ ଓ ନୀଳ ଜଳ ପୂର୍ଣ୍ଣ।

ଧିର ଗମ୍ଭୀର ସମ୍ୟକ୍

ସୁଶିତଳ କୋଳାହଳ ମୟ

ଠିକ୍ ତୁମ ଚରିତ୍ର ପରି

ନିର୍ମଳ ଆଉ ଚଳଚଞ୍ଚଳ

ତୁମ ମନ ପରି , ସୁନ୍ଦର

ତୁମ ପ୍ରେମର ଚିଲିକାରେ

ସଂସାର କହିଲେ ଚୁଲୀରେ ହାଣ୍ଡି

ଦେହରେ ଲୁଗା

ମୁଣ୍ଡରେ ତେଲ

ତତଲା ଲୁହ

ଆଉ କୋହ

ଅସରନ୍ତି ଦୁଃଖ

ଚେନାଏ ହସ।

ମୁଠାଏ କ୍ରୋଧ

ମାନ ଅଭିମାନ

ଶେଷରେ ପ୍ରେମ।

ପ୍ରେମ ହିଁ ସାର

ବାକି ସବୁ ଅସାର।

ଏହା ହିଁ ସଂସାର। 

ମୁଁ ବାଟହରା ଉବୁଟୁବୁ

ମୁଁ ଚାହୁଁଛି ତୁମ ପ୍ରେମରେ

‌ହଜିବାକୁ ବୁଡିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance