ମୁକ୍ତି
ମୁକ୍ତି
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
215
ବିରାଟ ବିଶାଳ ବ୍ରହ୍ମାଣ୍ଡ ରେ
ଅହରହ ମୁକ୍ତିର ପ୍ରୟାସ
ଦୁଃଖ ରୁ ମୁକ୍ତି, ଯନ୍ତ୍ରଣାରୁ ମୁକ୍ତି
ମୁକ୍ତ ଯିଏ ଜାଣେ ସିଏ, ମୁକ୍ତି ନା
ମିଛ ମାୟା ସଂସାରର ଅନୁରକ୍ତି
ପ୍ରୟାସ ତ ଅନବରତ ଚାଲିଛି
ଚାଲିଥିବ ଜନ୍ମ ଜନ୍ମାନ୍ତରରୁ
ବୋଉ ର ଝାଳମୁହାଁ ମୁଖ
ବିରତି ନ ନେବାର ଯିଦି,
ଯଦ୍ୟପି ସେ ଚାହୁଁଥିଲେ ମୁକ୍ତି
ଚୂଲି ର କୃଷ୍ଣବର୍ଣ୍ଣ ଧୂଆଁରୂ
ପୁଣି ମୁକ୍ତିଲାଭର କାମନାରେ
ବିଷୟାଶକ୍ତ ହୋଇପଡ଼ିଛି କାମୁକ
ଏ ତ ସଂସାର କର୍ତ୍ତବ୍ୟର ଓହଳରେ
ନିଷ୍କାମ ହୋଇ ଝୁଲିବାକୁ ପଡ଼ିବ
କ୍ଷତାକ୍ତ ରକ୍ତାକ୍ତ ମାନବିକତାକୁ
ମୁକ୍ତି ର ପ୍ରଶସ୍ତ ପଥ ଦିଶିବ
ଆଜି ର ଆହ୍ୱାନ ହେ ମୃତ୍ୟୁ ପଥର ଯାତ୍ରୀ
ଶୁଣ ଆରତନାଦ ବସୁନ୍ଧରାର
ମୁକ୍ତିର କାମନା ଛାଡ଼ି ବଞ୍ଚି ବାକୁ ହେବ ।