ଆଶା ଓ ନିରାଶା
ଆଶା ଓ ନିରାଶା
1 min
175
ଆଶାର ସମୁଦ୍ର ରେ
ନିରାଶା ର ଢେଉ
ଆସୁଛି ଆସୁଥିବ।
ଦୁଃଖ ପରିତାପର ମେଘ
ବରଷୁଛି ବରଷୁଥିବ।
ଘୃଣାର ସୁଗମତା
ଅତ୍ୟାଚାରୀ ର ଅତ୍ୟାଚାର
ସ୍ଵାର୍ଥର ତାଣ୍ଡବ,
ହେଉଥିଲା ହେଉଥିବା।
ହେଇ ଦେଖ ,, ପ୍ରତ୍ୟେକ ପତ୍ର ଝଡ଼ା ପରେ
ନବ ପଲ୍ଲବୀତ ହୁଏ ଦୃମ
ନବ ଆଶା ରେ ସଞ୍ଚାରିତ ଏ ଜଗତ
ପୁଣି ବଞ୍ଚି ବାକୁ ହେବ, ଆଶାର ଦୀପ
ଜଳେଇ ବାକୁ ପଡ଼ିବ।।
ଆଶା ଓ ନିରାଶାର ଦୋଛକିରେ
ଆଶାର ମଶାଲ ଜାଳିବାକୁ ହେବ।